Latest Odisha News

BREAKING NEWS

ଅଢ଼େଇ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ୭୦୬ ଅଧିକାରୀ…

ଭୁବନେଶ୍ୱର: ଗତ ଅଢ଼େଇ ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ କନିଷ୍ଠ କିରାଣିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ମୋଟ ୭୦୬ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଏହି ମାମଲା ଗୁଡ଼ିକ ମଧ୍ୟରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଏବଂ ସରକାରୀ ପାଣ୍ଠିର ଅପବ୍ୟବହାର ଭଳି ଘଟଣା ଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ସର୍ବାଧିକ ୨୩୭ଟି ମାମଲା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ସମ୍ବନ୍ଧୀୟ ହୋଇଥିବା ବେଳେ, ସରକାରୀ ଅର୍ଥ ହେରଫେର ସହ ଜଡ଼ିତ ୧୪୭ଟି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ସହ ଜଡ଼ିତ ୧୪୧ଟି ମାମଲା ରହିଛି।

ସେହିପରି ଅଭିଯୁକ୍ତମାନଙ୍କ ମଧ୍ୟରେ ୩୮୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୩୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୧୪ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଅନ୍ୟ ୫୯ ଜଣ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ପ୍ରକାଶ କରିଛନ୍ତି ଯେ, ଏହି ସମୟ ମଧ୍ୟରେ ପ୍ରାୟ ୫୫୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୨୪୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Leave A Reply

Your email address will not be published.