ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ସକାଳେ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବା ନେଇ ପୂର୍ବାନୁମାନ କରିଛି।
ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା କୁହୁଡ଼ି ସମ୍ବନ୍ଧୀୟ ପୂର୍ବାନୁମାନ ଅନୁଯାୟୀ, ରାଜ୍ୟର ୯ଟି ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଭୋର ସମୟରେ ଏବଂ ସକାଳ ବେଳେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।
ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ମଧ୍ୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, ସମ୍ବଲପୁର ଏବଂ କୋରାପୁଟ ରହିଛି। ତେବେ ଏହି ପୂର୍ବାନୁମାନ ନଭେମ୍ବର ୨୪ ତାରିଖ ସକାଳ ୮:୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଭୋର ସମୟରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା କମିପାରେ ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇପାରେ, ତେଣୁ ଯାତ୍ରା କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଅପରପକ୍ଷରେ ନଭେମ୍ବର ଶେଷ ଆଡ଼କୁ ୪ରୁ ୬ଡିଗ୍ରୀ ପାରଦ ଖସିବା ସହିତ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
