Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦୁର୍ଲଭ ସୁନା ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ଦୁର୍ଲଭ ‘ରାଜରାଜେଶ୍ୱର ବେଶ’ ବା ‘ସୁନାବେଶ’ ଅନୁଷ୍ଠିତ ହେଉଛି।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ ଅବକାଶ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଓ ରତ୍ନ ଅଳଙ୍କାରରେ ବିଭୂଷିତ କରିବେ। ଏହା ପରେ ରତ୍ନବେଦୀରେ ଦର୍ଶନ ଦେବେ ଶ୍ରୀଜିଉ। ଏହି ଅଳଙ୍କାର ଗୁଡ଼ିକ ମଧ୍ୟରେ ରହିଛି ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଶଙ୍ଖ, ଚକ୍ର, ହଳ, ମୂଷଳ ଆଦି।

ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ପୁରୀରେ ପହଞ୍ଚିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଭକ୍ତମାନେ ମାର୍କେଟ ଛକରୁ ବ୍ୟାରିକେଡ୍ ଦେଇ ଧାଡ଼ିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି।

Leave A Reply

Your email address will not be published.