Latest Odisha News

BREAKING NEWS

ଭାରତ, ଭୁଟାନ୍ ଓ ଚୀନରେ ଭୂକମ୍ପ ଝଟ୍‌କା, ନେପାଳରେ ତୀବ୍ରତା ୫.୩

ବ୍ୟୁରୋ: ମଙ୍ଗଳବାର ସକାଳୁ ସକାଳୁ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା । ଭାରତର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି ଭୂମିକମ୍ପ । ବିହାର, ମେଘାଳୟ ଓ ପଶ୍ଚିମବଙ୍ଗର କିଛି ଅଂଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପୂର୍ବ ଓ ଉତ୍ତର-ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ତଥା ହିମାଳୟ ଅଂଚଳ ସଂଲଗ୍ନ ଅଂଚଳ ଗୁଡିକରେ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଲିଯାଇଛି । କେବଳ ଭାରତ କାହିଁକି, ନେପାଳ, ଭୁଟାନ, ବାଂଲାଦେଶ ଏବଂ ଚୀନର ବିଭିନ୍ନ ସ୍ଥାନରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛିା ନେପାଳର କୋଶୀ ପ୍ରଦେଶ ଲେଲେପ ନିକଟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ହୋଇଥିବା ସୂଚନା ମିଳିଛି । ୟୁନାଇଟେଡଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ)ର ପ୍ରାରମ୍ଭିିକ ରିର୍ପୋଟ ଅନୁସାରେ ଭାରତୀୟ ମାନକ ସମୟ ସକାଳ ପ୍ରାୟ ୭ଟା ୨ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଅନ୍ୟପଟେ ନାସନାଲ ସେଂଟର ଫର ସେସମୋଲୋଜି(ଏନସିଏସ) ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଅକ୍ଷାଂଶ ୨୭.୮୫୫ ଡିଗ୍ରୀ ଓ ପୂର୍ବ ଦ୍ରାଘିମା ୮୭.୯୦୯ ଡିଗ୍ରୀ ନିକଟରେ ଥିବା ସହ ଏହାର ଗଭୀରତା ପ୍ରାୟ ୨୦ କିଲୋମିଟର ଥିବା କୁହାଯାଇଛି ।

ନେପାଳର ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଗବେଷଣା କେନ୍ଦ୍ର ଅନୁସାରେ ନେପାଳ –ତୀଦ୍ଦତ ସୀମା ନିକଟରେ ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ପଶ୍ଚିମବଙ୍ଗରେ ଭୂକମ୍ପ ପ୍ରଭାବରେ ଉଚ୍ଚ କୋଠା, ଆବାସିକ ଘର, ବିଦ୍ୟୁତ ଖୁଂଟ ଓ ବିଦ୍ୟୁତ ତାରଗୁଡିକ ଦୋହଲି ଉଠିଥିଲା । ଭୟଭୀତ ହୋଇ ଲୋକ ବାହାରକୁ ବାହାରି ଆସିଥିଲେ । ଜଲପାଇଗୁଡି, ଅଲିପୁରଦୁଆର ଏବଂ କୁଚବିହାର ସମେତ ଉତ୍ତର ବଙ୍ଗଳାର ବିଭିନ୍ନ ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ କୌଣସି ଜନଜୀବନ ହାନୀ ନେଇ ସୂଚନା ନଥିବା ବେଳେ କ୍ଷୟକ୍ଷତିର ମଧ୍ୟ କୌଣସି ସୂଚନା ମିଳିନାହିଁ । ସେପଟେ ଭୋର ୩ଟା ୩୯ମିନିଟରେ ଆସାମ ପୂର୍ବ ଆଙ୍ଗଲୋଙ୍ଗ ଜିଲ୍ଲାରେ ୨.୫ ତୀବ୍ରତାର ଅନ୍ୟ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏନସିଏସ ଅନୁସାରେ ଭୂକମ୍ପ ୧୫ କିଲୋମିଟର ଗଭୀରତାରୁ ସୃଷ୍ଟି ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଉତ୍ତର ଅ କ୍ଷାଂଶ ୨୫.୭୪୩ ଡିଗ୍ରୀ ଓ ପୂର୍ବ ଦ୍ରାଘିମା ୯୩.୩୫୫ ଡିଗ୍ରୀରେ ରହିଥିଲା ।

Leave A Reply

Your email address will not be published.