Latest Odisha News

BREAKING NEWS

ବିହାର ବିଧାୟକ ଅନନ୍ତ ସିଂହଙ୍କ ଝିଅଙ୍କ ଆଡମ୍ବରପୂର୍ଣ୍ଣ ବିବାହ: ୫୦ ଲକ୍ଷ ‘ଗୁଲାବ ଜାମୁ’ ଓ ଘୋଡ଼ା ଦୌଡ଼ ପ୍ରତିଯୋଗିତା

ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଝିଅଙ୍କ ବିବାହକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ପାଟନାର ଲାଡ଼ମା ଗ୍ରାମରେ ହେବାକୁଥିବା ଏହି ବିବାହର ପ୍ରସ୍ତୁତି କୌଣସି ବଡ଼ ବଲିଉଡ୍ ସିନେମାର ସେଟ୍‌କୁ ମଧ୍ୟ ମାତ୍ ଦେଇଛି।

ବିବାହରେ ଆସୁଥିବା ଅତିଥିମାନଙ୍କ ଆତିଥ୍ୟ ପାଇଁ ବିଶାଳ ଓ ରାଜକୀୟ ବନ୍ଦୋବସ୍ତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଶାଳ ରୋଷେଇଶାଳାରେ ଅତିଥିମାନଙ୍କ ପାଇଁ ଏକାଠି ୫୦ ଲକ୍ଷ ଗୁଲାବ ଜାମୁ ପ୍ରସ୍ତୁତ କରାଯାଉଛି, ଯାହା ପାଇଁ ବଡ଼ ବଡ଼ ଟ୍ୟାଙ୍କର ଜରିଆରେ କ୍ଷୀର ଅଣାଯାଇଛି। ଏହି ଭବ୍ୟ ଆୟୋଜନରେ ପ୍ରାୟ ୪ ଲକ୍ଷରୁ ଅଧିକ ଅତିଥି ଯୋଗଦେବାର ଆଶା କରାଯାଉଛି । ଖାଦ୍ୟ ପ୍ରସ୍ତୁତି ପାଇଁ ଦେଶର ବିଭିନ୍ନ କୋଣରୁ ଶହ ଶହ ଅଭିଜ୍ଞ କାରିଗରଙ୍କୁ ନିୟୋଜିତ କରାଯାଇଛି। ସେହିପରି ଭିଆଇପି ଅତିଥିମାନଙ୍କ ଆଗମନ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ୍ ମଧ୍ୟ ନିର୍ମାଣ କରାଯାଇଛି।

ଏହି ବିବାହର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ଏକ ଭବ୍ୟ ଘୋଡ଼ା ଦୌଡ଼ ପ୍ରତିଯୋଗିତା , ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୦ରୁ ଅଧିକ ସ୍ୱତନ୍ତ୍ର ଜାତିର ଘୋଡ଼ା ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାରେ ବିଜୟୀ ହେବାକୁଥିବା ପ୍ରତିଯୋଗୀଙ୍କୁ ଏକ ‘ମହିନ୍ଦ୍ରା ଥର୍’ ଏସୟୁଭି ଗାଡ଼ି ପୁରସ୍କାର ଭାବରେ ପ୍ରଦାନ କରାଯିବ। ଏଭଳି ବିଶାଳ ଆୟୋଜନର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.