ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ପ୍ରୀତି ବିହାର ସ୍ଥିର ଏକ କାଫେରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ୨୨ ବର୍ଷୀୟ ମହିଳାଙ୍କୁ ତାଙ୍କ ସହଯୋଗୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୩ଜଣଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ପୋଲିସ ସୂଚନା ଅନୁସାରେ ସୋମବାର ରାତିରେ କାଫେ ବନ୍ଦ ହେବା ପରେ କାଫେରେ କାମ କରୁଥିବା କିଛି କର୍ମଚାରୀଙ୍କ ଗୋଷ୍ଠୀ ମିଶି ପାର୍ଟି କରିବାକୁ ସ୍ଥିର କରିଥିଲେ । ସେଥିପାଇଁ ରାତି ପ୍ରାୟ ୧୧ଟା ୩୦ରେ କାଫେ ବନ୍ଦ ହେବା ପରେ ଜଣେ କର୍ମଚାରୀଙ୍କ ପାଖରେ ଚାବି ଥିବାରୁ ପୁଣି ଖୋଲିଲା କାଫେ ଅଉ ଆରମ୍ଭ ହେଲା ପାର୍ଟି । ୩ଜଣ ମହିଳା ଓ ୪ଜଣ ପୁରୁଷ ରହିଥିଲେ । ସମସ୍ତେ ୨ଟି ଭିନ୍ନ ଭିନ୍ନ କାଫେରେ କାମ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଡେରି ରାତିରେ ସମସ୍ତେ ମିଶି ମଣ୍ଡାବାଲି ଯାଇଥିଲେ । ଏବଂ ଭୋର ୩ଟାରେ ଆଉ ଏକ କାଫେରେ ପହଂଚିଥିଲେ । ସମସ୍ତେ ମଦ୍ୟପାନ କରିଥିବା ପୋଲିସ ସୂଚନା ଦେଇଛି । ସାଢେ ୩ଟା ସମୟରେ ୨ଜଣ ସହ ଯୋଗୀ ସମପୃକ୍ତ ମହିଳାଙ୍କୁ ଅସଦାଚରଣ ସହ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏବଂ ସମସ୍ତ ସହଯୋଗୀ ତାଙ୍କ ସାଥ୍ ଦେଇଥିଲେ ବୋଲି ମହିଳା ଜଣଙ୍କ ପୋଲିସକୁ ଜଣାଇଥିଲେ । ପରେ ପରେ ସମସ୍ତେ ଯେ ଯାହା ଘରକୁ ଚାଲି ଯାଇଥିଲେ । ଭୋର ୫ଟାରେ ଥାନାରେ ପହଂଚି ମାମଲା ରୁଜୁ କରିଥିଲେ ସମ୍ପୃକ୍ତ ମହିଳା । ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କୁ ଗିରଫ କରାଯାଇଛି । ବାକି ୩ଜଣ ଫେରାର ଥିବା ପୋଲିସ କହିଛି । ଖୁବଶୀଘ୍ର ବାକି ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଘଟଣା ପରେ ସମ୍ପୃକ୍ତ କାଫେକୁ ସିଲ୍ କରିଛି ପୋଲିସ ।
BREAKING NEWS
- ଦିଲ୍ଲୀର ଏକ କାଫେରେ ସହକର୍ମୀଙ୍କ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ
- ଛାଡଖାଇରେ ଜମୁଛି ଆମିଷ ବଜାର, ଆକାଶ ଛୁଆଁ ଦର୍…
- Actor Arrested:ବିବାହ କରିବା ଆଳରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ,ଓଡ଼ିଆ ପ୍ରଯୋଜକଙ୍କୁ ଅଟକ ରଖିଲା ପୋଲିସ
- ଆଜିଠୁ କଳିଙ୍ଗ ଷ୍ଟାଡିଅମରେ ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିଅନସିପ୍, ୬ଟି ଦେଶର ୨ଶହରୁ ଅଧିକ କ୍ରୀଡାବିତ୍ ସାମିଲ
- Plotting Suicide Attack On J&K Military Airbase:ସାମରିକ ବାୟୁସେନା ଘାଟିରେ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ସନ୍ଦିଗ୍ଧ ଗିରଫ,ରହିଛି ପାକ୍ ଟେରର୍ ଲିଙ୍କ
- ଇରାନ-ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଆଶଙ୍କା ବୃଦ୍ଧି; ଆମେରିକା ନିଜ ନାଗରିକମାନଙ୍କୁ କଲା ସତର୍କ
- ଯୁଦ୍ଧକ୍ଷେତ୍ର ହରମୁଜ୍ ପ୍ରଣାଳୀରେ ୧୫ କିଲୋମିଟର ପହଁରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ବ୍ରିଟିଶ ସନ୍ତରଣକାରୀ
- ଲିଙ୍କ୍ ରୋଡରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ ବସ୍
- ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା; ଭାରତୀୟଙ୍କ ସମେତ ୧୩ ମୃତ,ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି
- ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ରଙ୍କ ଦେହାନ୍ତ