ପୁରୀ: ଓଡିଶାରେ ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଅଫତାବ ଶିବଦାସାନୀ । ପୁରୀ ଯାଇ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥଲେ ।
ପ୍ରଥମ ଥର ପାଇଁ ଶ୍ରୀମନ୍ଦିରକୁ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ କରିବା ପରେ ନିଜ ଅନୁଭୂତି ବଖାଣିଛନ୍ତି ଅଫତାବ । ପ୍ରଥମ ଥର ଶ୍ରୀଜଗନ୍ନାଥଙ୍କ ଧାମକୁ ଆସି ଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଥିବା ପ୍ରକାଶ କରିଛନ୍ତି । ଏହି ମୁହୂର୍ତ୍ତ ତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ବୋଲି କହିଛନ୍ତି।
ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ଅଫତାବ ମହାପ୍ରଭୁଙ୍କ ମହାପ୍ରସାଦ ସାଥିରେ ନେଇଥିଲେ । ଅଫତାବଙ୍କୁ ଦେଖିବାକୁ ଓ ତାଙ୍କ ସହ ସେଲ୍ଡି ନେବାକୁ ଫ୍ୟାନଙ୍କ ବେଶ୍ ଭିଡ ଦେଖିବାକୁ ମିଳିଥିଲା ।
