Latest Odisha News

BREAKING NEWS

୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି…

ଭୁବନେଶ୍ୱର: ୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି । ଏନେଇ ଐତିହାସିକ ରାୟ ଦେଲେ ବୋର୍ଡ ଅଫ୍ ରେଭିନ୍ୟୁ । ଏହି ରାୟକୁ ଐତିହାସିକ ବୋଲି କହିଛନ୍ତି ବୋର୍ଡ ଅଫ୍ ରେଭିନ୍ୟୁ କୋର୍ଟର ସରକାରୀ ଓକିଲ ସିଦ୍ଧାର୍ଥ ଶଙ୍କର ଦାସ ଓ ଅମ୍ବିକା ପ୍ରସାଦ ମିଶ୍ର , ମନ୍ଦିର ପରିଚାଳନା କମିଟି ।

ଅନ୍ୟପଟେ ମହାପ୍ରଭୁଙ୍କ ଜମି କେଉଁଠି ଭୁଲବଶତଃ ଅନ୍ୟ ନାମରେ ରେକର୍ଡ ହୋଇଥିଲେ କିମ୍ବା ଜବରଦଖଲ ହୋଇଥିଲେ, ସେନେଇ ମନ୍ଦିର ପ୍ରଶାସନ ଓ ସରକାରଙ୍କୁ ତୁରନ୍ତ ଜଣାଇବାକୁ ଭକ୍ତ ଓ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି ମନ୍ଦିର ପରିଚାଳନା କମିଟି ସଦସ୍ୟ ଅମ୍ବିକା ପ୍ରସାଦ ମିଶ୍ର ।

ସୂଚନା ମୁତାବକ, ପୁରୀ ନିକଟସ୍ଥ ଶାସନ ଦାମୋଦରପୁର ମୌଜାରେ ଥିବା ମହାପ୍ରଭୁଙ୍କ ଜମିକୁ ଭୁଲବଶତଃ ଅନ୍ୟ ବ୍ୟକ୍ତିଙ୍କ ନାମରେ ରେକର୍ଡ କରାଯାଇଥିଲା। ୧୯୨୭ ମସିହାର ରେକର୍ଡ ଅଫ୍ ରାଇଟ୍ସରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିଲା । କିନ୍ତୁ ୧୯୭୭ ମସିହାରେ ରେକର୍ଡ ପ୍ରସ୍ତୁତି ସମୟରେ ଏହା କିଛି ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଜଣାପଡ଼ିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ତରଫରୁ ବୋର୍ଡ ଅଫ୍ ରେଭିନ୍ୟୁରେ ମାମଲା ଦାୟର କରାଯାଇଥିଲା । ଉଭୟ ପକ୍ଷର ଯୁକ୍ତି, ପୁରୁଣା ଜମି ରେକର୍ଡ ଓ ଆବଶ୍ୟକ ରିପୋର୍ଟ ଯାଞ୍ଚ ପରେ ବୋର୍ଡ ଅଫ୍ ରେଭିନ୍ୟୁର ସଦସ୍ୟ ମହାପ୍ରଭୁଙ୍କ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି । ଏଥିସହ ଜମିର ରେକର୍ଡ ସଂଶୋଧନ କରି ତୁରନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.