Latest Odisha News

BREAKING NEWS

୧୩୨ତମ ସମ୍ବିଧାନ ସଂଶୋଧନ ବଡ଼ ପଦକ୍ଷେପ: ସମସ୍ତ ରାଜ୍ୟରେ ଲୋକଙ୍କ ପ୍ରତିନିଧିତ୍ୱ ବଢ଼ାଇବା କହିଲେ ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଦ୍ୱାରା ୧୩୨ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ଅନୁମୋଦନ ମିଳିବା ପରେ ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଦେଶର ସମସ୍ତ ରାଜ୍ୟରେ ଲୋକଙ୍କ ପ୍ରତିନିଧିତ୍ୱ ବଢ଼ାଇବା ଏବଂ ଶାସନ ବ୍ୟବସ୍ଥାକୁ ଲୋକଙ୍କ ଆହୁରି ନିକଟତର କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ସମ୍ବିଧାନର ଧାରା ୧୭୦(୧)ରେ ସଂଶୋଧନ କରି ରାଜ୍ୟ ବିଧାନସଭାଗୁଡ଼ିକର ସର୍ବାଧିକ ଆସନ ସଂଖ୍ୟା ୫୦୦ରୁ ପ୍ରାୟ ୬୫୦କୁ ବୃଦ୍ଧି କରିବାକୁ ଏଥିରେ ପ୍ରସ୍ତାବ ରହିଛି।

ଏଥିସହ ୨୦୧୧ ଜନଗଣନା ଆଧାରରେ ସମସ୍ତ ରାଜ୍ୟର ଲୋକସଭା ଆସନ ସଂଖ୍ୟା ପ୍ରାୟ ୫୦% ବୃଦ୍ଧି କରିବା ଏବଂ ୨୦୫୧ ପର୍ଯ୍ୟନ୍ତ ଆସନ ସଂଖ୍ୟା ଅପରିବର୍ତ୍ତିତ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ (୩୩%) ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଫଳରେ ମହିଳାମାନଙ୍କୁ ସର୍ବାଧିକ ପ୍ରତିନିଧିତ୍ୱ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ବ୍ୟବସ୍ଥାରେ ୟୁପିକୁ ବିଭାଜିତ ନକରି ବିଧାନସଭାରେ ପ୍ରତିନିଧିତ୍ୱ ବଢ଼ିପାରିବ। ସ୍ଥାନୀୟ ଆବଶ୍ୟକତା ଅନୁସାରେ ଯୋଜନା ପ୍ରସ୍ତୁତ, ବିକାଶକୁ ତ୍ୱରାନ୍ୱିତ କରିବ। ୟୁପିର ସମସ୍ତ ଦଳ ଏହି ଐତିହାସିକ ବିଲ୍‌କୁ ସ୍ୱାଗତ କରି ସମର୍ଥନ କରିବା ଉଚିତ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ (୩୩%) ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଫଳରେ ମହିଳାମାନଙ୍କୁ ସର୍ବାଧିକ ପ୍ରତିନିଧିତ୍ୱ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଅଧିକ ସଂଖ୍ୟକ ନିର୍ବାଚିତ ପ୍ରତିନିଧି ଗୃହରେ ନିଜ ଅଞ୍ଚଳର ସମସ୍ୟା ଓ ପ୍ରାଥମିକତା ଉପସ୍ଥାପନ କରିପାରିବେ, ଯାହା ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଅମିତ ଶାହ ମତ ଦେଇଛନ୍ତି। ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.