ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ଏବଂ ନିଜର ପରିଚୟ ଓ ଲୋକେସନ୍ ଲୁଚାଉଥିବା ଜାହାଜଗୁଡ଼ିକୁ ଧରିବା ପାଇଁ ବୈଜ୍ଞାନିକମାନେ ଏକ ନୂଆ କୌଶଳ ବାହାର କରିଛନ୍ତି । ସାମୁଦ୍ରିକ ପକ୍ଷୀମାନଙ୍କ ଶରୀରରେ ଅତି ଛୋଟ ଜିପିଏସ ଟ୍ରାକର ଏବଂ ଅଡିଓ ରେକର୍ଡର ଲଗାଇ ସେମାନଙ୍କ ଜରିଆରେ ଏଭଳି ଜାହାଜର ଗତିବିଧି ଉପରେ ନଜର ରଖାଯାଇପାରିବ । ବୈଜ୍ଞାନିକମାନେ ନର୍ଦ୍ଦନ ଗ୍ୟାନେଟ୍ ଏବଂ ବାଲେରିକ୍ ସିୟରୱାଟର ପ୍ରଜାତିର ସାମୁଦ୍ରିକ ପକ୍ଷୀଙ୍କ ଉପରେ ଏହି ପରୀକ୍ଷଣ କରିଛନ୍ତି । ଏଚଝ ଟ୍ରାକର ଦ୍ୱାରା ପକ୍ଷୀଟି ସମୁଦ୍ରର କେଉଁ ସ୍ଥାନରେ ଅଛି ତାହା ଜଣାପଡ଼େ ଏବଂ ଅଡିଓ ରେକର୍ଡର ଆଖପାଖର ଶବ୍ଦକୁ ରେକର୍ଡ କରେ ।
କୌଣସି ଜାହାଜ ପକ୍ଷୀ ପାଖ ଦେଇ ଗଲେ ତା’ର ଇଞ୍ଜିନ୍ ଏବଂ ଅନ୍ୟାନ୍ୟ ଗତିବିଧିର ଶବ୍ଦ ରେକର୍ଡ ହୁଏ । ପରବର୍ତ୍ତୀ ସମୟରେ ବୈଜ୍ଞାନିକମାନେ ଏହି ରେକର୍ଡିଂକୁ ସାର୍ବଜନୀନ ଟ୍ରାକିଂ ଡାଟା ସହିତ ମେଳାନ୍ତି । ଯଦି ରେକର୍ଡିଂରେ ଶବ୍ଦ ଆସେ କିନ୍ତୁ ସାର୍ବଜନୀନ ତଥ୍ୟରେ ସେହି ଅଞ୍ଚଳରେ କୌଣସି ଜାହାଜ ଦେଖା ନଯାଏ, ତେବେ ଏହା ସ୍ପଷ୍ଟ କରେ ଯେ ଜାହାଜଟି ଲୁଚି ରହି କାମ କରୁଛି । ବଡ଼ ଜାହାଜଗୁଡ଼ିକର ଟ୍ରାକିଂ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଅନେକ ମାଛ ଧରା ଜାହାଜ ନିଜର ଲୋକେସନ୍ ସାର୍ବଜନୀନ କରନ୍ତି ନାହିଁ । ସଂରକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ ପଦ୍ଧତି ବେଆଇନ ମାଛ ଧରା ରୋକିବା ସହିତ ସାମୁଦ୍ରିକ ପ୍ରଦୂଷଣ ଏବଂ ସାମୁଦ୍ରିକ ପକ୍ଷୀଙ୍କ ସୁରକ୍ଷା ସହ ଜଡ଼ିତ ବିପଦକୁ ବୁଝିବାରେ ମଧ୍ୟ ସହାୟକ ହେବ ।
