ଭୁବନେଶ୍ୱର: ସଭ୍ୟତା ଓ ସଂସ୍କୃତି ନାମରେ ଆମେ ଏଭଳି ଅନେକ କିଛି କରିଥାଉ ଯାହା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଆମକୁ କଷ୍ଟ ପହଞ୍ଚାଇ ଥାଏ।
ଭାରତରେ ଆଜି ମଧ୍ୟ ଏହିପରି ଅନ୍ଧବିଶ୍ବାସୀ ପରମ୍ପରା ଜାରି ରହିଛି। ଏହିସବୁକୁ ଲୋକେ ନିଷ୍ଠାର ସହ ପାଳନ କରିଥାନ୍ତି । ଏହିପରି ଏକ ପରମ୍ପରା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ଛତିଶଗଡ଼ର ବସ୍ତର ଅଞ୍ଚଳର କାଙ୍ଗେରଘାଟିରେ ଏହିପରି ଏକ ପରମ୍ପରା ରହିଛି ଯାହାକୁ ବିଶ୍ବାସ କରିପାରିବା କଷ୍ଟ । ପରମ୍ପରା ନାଁରେ ପାଣିକୁ ସାକ୍ଷୀ ରଖି ଏଠାରେ ଭାଇ ସହ ଭଉଣୀଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଏ।
ଭାଇ ଭଉଣୀଙ୍କର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ହିସାବରେ ଜଣାଯାଉଥିବାବେଳେ ଏଠାରେ ଭାଇ ଭଉଣୀ ବିବାହ କରିଥାନ୍ତି। ଏଠାରେ ଧୁରବା ସମ୍ପ୍ରଦାୟର ଲୋକମାନେ ଏହି ପରମ୍ପରାକୁ ମାନିଥାଆନ୍ତି।
ଏହି ସମ୍ପ୍ରଦାୟର ଲୋକମାନେ ନିଜ ଝିଅର ବିବାହ ପିଉସୀ ପୁଅ ଭାଇ କିମ୍ବା ମାଉସୀ ପୁଅ ଭାଇଙ୍କ ସହ କରାଇଥାନ୍ତି। ଯଦି ଏମାନେ ବିବାହ ନ କରିଥାଆନ୍ତି ତେବେ ଏମାନଙ୍କୁ ଦଣ୍ଡ ଦିଆଯାଇଥାଏ।
ଯଦି କେହି ବିବାହ କରିବାକୁ ମନା କରିଥାଆନ୍ତି ତେବେ ସେମାନଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଲୋକମାନେ ସଚେତନ ହେବା ସହ ଧୀରେ ଧୀରେ ଏହି ପରମ୍ପରାକୁ ଶେଷ କରିବାକୁ ଉଦ୍ୟମ କରୁଛନ୍ତି।
Comments are closed.