Latest Odisha News

BREAKING NEWS

ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ୩ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀ ମଙ୍ଗଳବାର ବିଳମ୍ବିତ ରାତିରେ ୩ ଆତଙ୍କବାଦୀଙ୍କ ନିପାତ କରିଛନ୍ତି । ନିହତ ଆତଙ୍କବାଦୀଙ୍କ ଚିହ୍ନଟ ହୋଇପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ସେମାନେ ସ୍ଥାନୀୟ ଆତଙ୍କବାଦୀ ହୋଇଥିବା ଜଣାପଡୁଛି । ତାଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀର ପୋଲିସ, ସିଆରପିଏଫ, ଓ ସେନାର ମିଳିତ ଟିମ୍ ତ୍ରାଲ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇଥିଲେ । ଏହାପରେ ସେମାନେ ସେହି ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଯେଉଁଥିରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ ।

Comments are closed.