Latest Odisha News

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଉପ-ନିର୍ବାଚନ ଜିତିଲା ବିଜେଡ଼ି

ରାୟଗଡ଼ା: ଶାସକ ବିଜୁ ଜନତା ଦଳ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ପରିଷଦ ଲାଗି ହୋଇଥିବା ଉପ-ନିର୍ବାଚନରେ ଜିତାପଟ ହାସଲ କରିଛି । ବିଜେଡ଼ିର ଗଙ୍ଗାଧର ପାଉଲ ୧୩ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

କଂଗ୍ରେସ ଦଳର ସ୍ୱର୍ଗତଃ ପୁରୁଷୋତ୍ତମ ଗମାଙ୍ଗଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ ଅଦାଲତ ନାକଚ କରିଦେବା ଦ୍ୱାରା ଉପ-ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ପରେ ଏହି କଂଗ୍ରେସ ନେତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ନିଜ ଦଳରେ ସମୁଦାୟ ୨୦ ଜଣ ସଦସ୍ୟ ରହିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଆଶୁତୋଷ କିଲକାଙ୍କୁ ମାତ୍ର ୧୦ ଖଣ୍ଡ ଭୋଟ ମିଳିଥିଲା । ତେବେ ବିଜେଡ଼ିର ୭ ଜଣ ସଦସ୍ୟ ଅଛନ୍ତି । ଏହି ଉପ-ନିର୍ବାଚନରେ ବିଜେପିର ୪ ଜଣ ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ ।

 

Leave A Reply

Your email address will not be published.