Latest Odisha News

BREAKING NEWS

ପରଲୋକରେ Cut+Copy+Paste କମାଣ୍ଡର ଜନକ

ୱାଶିଂଟନ: ପରଲୋକରେ ‘କଟ୍ କପି ଆଣ୍ଡ ପେଷ୍ଟ’ ଉଦ୍ଭାବନ କରିଥିବା କମ୍ପ୍ୟୁଟର ବୈଜ୍ଞାନିକ ଲ୍ୟାରି ଟେସଲର । ୭୪ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଜେରକ୍ସ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି ।

୧୯୪୫ ମସିହାରେ ଲ୍ୟାରି ଟେସଲର ନ୍ୟୁୟର୍କ ସହରରେ ଜନ୍ମ ଗ୍ରହଣ କରିଥିଲେ । କାଲିଫର୍ଣ୍ଣିଆ ସ୍ଥିତ ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ସେ ତାଙ୍କର ଡିଗ୍ରୀ କରିଥିଲେ । ୧୯୬୦ ମସିହାରେ ଲ୍ୟାରି ଟେସଲର ଆମେରିକାର ସିଲିକନ୍ ଭ୍ୟାଲିରେ କମ୍ପ୍ୟୁଟର ଇଂଜିନିୟର ଭାବେ କାମ ଆରମ୍ଭ କରିଥିଲେ । ୧୯୭୩ ମସିହରେ ‘ଜେରକ୍ସ’ର ‘ପାଲୋ ଅଲ୍ଟୋ ରିସର୍ଚ ସେଂଟର’ରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।
ଏହି ସମୟରେ ସେ କାମକୁ ସରଳ କରିବା ପାଇଁ Ctrl+C ଏବଂ Ctrl+Vର ସେ ଆବିଷ୍କାର କରିଥିଲେ । ପରବର୍ତ୍ତୀ ସମୟରେ ‘କଟ୍, କପି ଆଣ୍ଡ୍ ପେଷ୍ଟ୍’ କମ୍ପ୍ୟୁଟର୍ରେ ଏକ ସାଧାରଣ ବୈଶିଷ୍ଟ୍ୟ ହୋଇପାରିଥିଲା ।ଜେରକ୍ସ ବ୍ୟତୀତ ଆପଲ୍ ଭଳି କମ୍ପାନୀରେ ମଧ୍ୟ ଲ୍ୟାରି ଟେସଲର କାମ କରିଥିଲେ । ଲ୍ୟାରିଙ୍କ ମୃତ୍ୟୁରେ ଜେରକ୍ସ କମ୍ପାନୀ ଟୁଇଟ କରି ଶୋକ ପ୍ରକାଶ କରିଛି ।

Leave A Reply

Your email address will not be published.