Latest Odisha News

ଏମିତି ଏକ ମସଜିଦ, ଯେଉଁଠି କୋରାନ ସାଙ୍ଗରେ ସ୍ଥାନ ପାଇଛି ଗୀତା ଓ ବାଇବେଲ…

ଆସାମ: ଈଶ୍ୱର ଆଲ୍ଲା ସବୁ ସମାନ । ଭଗବାନ ମଣିଷ ଜନ୍ମ କରିଛନ୍ତି ଏହି ମଣିଷ ହିଁ ଜାତି ଭେଦ ସୃଷ୍ଟି କରୁଛି ।

ବିଭିନ୍ନତା ମଧ୍ୟରେ ଏକତା ବଜାୟୀ ରଖୁଥିବା ଆମ ଦେଶ ଭାରତର ଆସାମର ଏକ ମସଜିଦରୁ ସାମ୍ନାକୁ ଆସିଛି ଏଭଳି ଉଦାହରଣ ମୂଳକ କାର୍ଯ୍ୟ । ଯାହା ଦେଶରେ ପାଇଁ ଉଦାହରଣ ପାଲଟିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ୍ ଅନୁଯାୟୀ, ଆସାମର କାଟର ଜିଲ୍ଲାରେ ରହିଛି ଏକ ମସଜିତ । ମସଜିଦରେ ସମସ୍ତ ଧର୍ମଗ୍ରନ୍ଥକୁ ସମ୍ମାନ ଦିଆଯାଏ । ଏହି ମସଜିଦର ଲାଇବ୍ରେରୀରେ ସମସ୍ତ ଧର୍ମର ବହି ରହିଛି ।

ମସଜିଦର ଦ୍ୱିତୀୟ ମହଲାରେ ଏହି ପାଠାଗାରଟି ଅଛି । ଏହି ପାଠାଗାରରେ ପାଖାପାଖି ୧୨ଟି ଆଲମାରି ରହିଛି । ପ୍ରାୟ ୩୦୦ରୁ ଅଧିକ ହିନ୍ଦୁ, ଇସଲାମ ଏବଂ ଇସାଇ ବହିକୁ ପାଠାଗାରରେ ସ୍ଥାନ ଦିଆଯାଇଛି । ସମସ୍ତ ବହି ବଙ୍ଗଳା ଭାଷାରେ ଲେଖାଯାଇଛି ।

ମସଜିଦର ସଚ୍ଚିବ ସବିର ଅହମ୍ମଦ ଚୌଧୁରୀ କହିଛନ୍ତି କି, ସେ ଏଥିପାଇଁ ଗର୍ବ କରନ୍ତି । ତାଙ୍କ ଲକ୍ଷ୍ୟ ହେଉଛି କି ସେ ସମସ୍ତ ମୁସଲିମଙ୍କୁ ଅନ୍ୟ ଧର୍ମ ବାବଦରେ ଶିକ୍ଷା ଦେବେ । ପାଠାଗାରରେ କୋରାନ, ଇସଲାମ ଧର୍ମ ସହ ଜଡିତ ବହି ବ୍ୟତିତ ଇସାଇ ଦର୍ଶନ, ଉପନିଷଦ, ରାମକୃଷ୍ଣ ପରମହଂସ, ବିବେକାନନ୍ଦଙ୍କ ଆତ୍ମଜୀବନୀ ଏବଂ ରବିନ୍ଦ୍ରନାଥ ଟାଗୋରଙ୍କ ଜୀବନୀ ମଧ୍ୟ ରହିଛି ।

ସବିର କହିଛନ୍ତି କି, ୧୯୪୮ରେ ଏହି ମସଜିଦର ନିର୍ମାଣ ସମୟରେ ଏକ ପାଠାଗାର ହେବା ନେଇ ଆଲୋଚନା ହୋଇଥିଲା । କିନ୍ତୁ ୨୦୧୨ରେ ଏହି ସ୍ୱପ୍ନ ପୂରଣ ହୋଇଥିଲା । ସବିର ସ୍ୱାଧିନତା ସମୟରେ ଏମଏନ ରାୟଙ୍କ ଆଦର୍ଶରେ ପ୍ରଭାବିତ ବୋଲି କହିଛନ୍ତି ।

ସୂଚନାନୁଯାୟୀ, ସବିର ସୋନାଇ ସ୍ଥିତ ଏମସିଡି ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ । ଏହି ପାଠାଗରକୁ ସମସ୍ତ ଧର୍ମ ଏବଂ ବୟସର ପାଠକ ଆସିଥାନ୍ତି । ଏପରି କି ପାଖ ଆଖରେ ଥିବା କୌଣସି ମସଜିଦରେ ପାଠାଗାର ନଥିବା କହିଛନ୍ତି ସବିର ।

Comments are closed.