ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ୬୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ସେ ଦେଶର ବିଶାଳତା ଓ ବିବିଧତାକୁ ମନେ ପକାଇଛନ୍ତି । ଦେଶର ଜୈବ ବିବିଧତା ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଅଟେ । ଆମ ସମସ୍ତଙ୍କୁ ଏହାକୁ ସଂରକ୍ଷଣ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।
ଏଥିସହ ପ୍ରଧାନମନ୍ତ୍ରୀ ମୋଦ ‘ହୁନର ହାଟ’ର କଥା ମଧ୍ୟ କହିଛନ୍ତି । ହୁନର ହାଟ ଶିଳ୍ପକାରଙ୍କ ସ୍ୱପ୍ନର ଖଣ୍ଡିଉଡାକୁ ପର ଦେଇଛି । ଦିଲ୍ଲୀର ଏକ ଛୋଟ ସ୍ଥାନରେ ଆୟୋଜନ ହୋଇଥିବା ହୁନର୍ ହାଟରେ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ସମ୍ପର୍କର ବିବିଧତାର ଦର୍ଶନ ହୋଇଥାଏ ବୋଲି ସେ କହିଛନ୍ତି ।
ଦେଶରେ ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି । ସମାଜିକ ବାଧାବିଘ୍ନକୁ ଅତିକ୍ରମ କରି ମହିଳାମାନେ ପ୍ରତିଟି କ୍ଷେତ୍ରରେ ଶିଖର ଛୁଇଁବାରେ ଲାଗିଛନ୍ତି । ଏହା ଭାରତ ପାଇଁ ଗୌରବର ବିଷୟ ବୋଲି ମୋଦି କହିଛନ୍ତି । ଦେଶର ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ଯୋଗଦେବାରେ ଲାଗିଛନ୍ତି । ଏହା ଭାରତ ଲାଗି ନୂଆ ପରିବେଶ ସୃଷ୍ଟି କରୁଛି । ନୂଆ ଭାରତ ପଛକୁ ଫେରିବାକୁ ଇଚ୍ଛା ପ୍ରକାଶ କରୁନାହିଁ ବୋଲି ସେ କହିଛନ୍ତି ।
କେବଳ ସେତିକି ନୁହେଁ ମୋଦି ଶୀତଋତୁରେ ଭାରତ ଆସୁଥିବା ବିଦେଶୀ ପକ୍ଷୀଙ୍କ କଥା ମଧ୍ୟ କହିଛନ୍ତି । ଭାରତ ବାତାବରଣର ଆତିଥ୍ୟ ପାଇଁ ସାରା ଦେଶରୁ ଭିନ୍ନ ଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି । ନୀକଟରେ ଜୀବ ବୈଜ୍ଞାନିକ ମାଛର ଏକ ନୂଆ ପ୍ରଜାତୀର ସନ୍ଧାନ କରିଛନ୍ତି । ଏହି ମାଛ ମେଘାଳୟର ଗୁମ୍ଫା ଭିତରେ ରହିଥାନ୍ତି । ଏହି ସନ୍ଧାନ ଭାରତର ଜୈବ ବିବିଧତାକୁ ଏକ ନୂଆ ଦିଗ ଦେଖାଇବ ବୋଲି ମୋଦି କହିଛନ୍ତି ।
BREAKING NEWS
- ପାକିସ୍ତାନର ମିତ୍ର ଦେଶ: ଭାରତରୁ କିଣିଲା ରେକର୍ଡ ପରିମାଣର ଡିଜେଲ୍
- ରାଜ୍ୟରେ ଲଗାଣ ବର୍ଷା ଆଶଙ୍କା: ଯାତ୍ରୀଙ୍କ ସୁରକ୍ଷା ପାଇଁ ସଜାଗ ରହିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଲେ ସରକାର
- ଭୟ ବଢ଼ାଉଛି ଲଘୁଚାପ: ଗଭୀର ଅବପାତରେ ପରିଣତ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
- ମାଙ୍କଡ଼ ଭୟରୁ ମୁକ୍ତି: ବିନା କୌଣସି କ୍ଷତିରେ ଘରୁ ମାଙ୍କଡ଼ ଘଉଡ଼ାଇବାର ୫ଟି ସହଜ କୌଶଳ
- ଟିଏମସି ପାଇଁ ତିଆରି ହୋଇଥିଲା ଦେଢ଼ ଲକ୍ଷ ପତାକା, ଏବେ ଚିହ୍ନ ରଦ୍ଦ ଆଶଙ୍କାରେ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ
- ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିଶ୍ୱରେକର୍ଡ
- ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ ଦାବି: ଜନସ୍ୱାର୍ଥ ମାମଲାର ଶୁଣାଣି କରି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
- ଖାଉଟିଙ୍କ ପାଇଁ ବଡ଼ ଆଶ୍ୱସ୍ତି: ବିଶ୍ୱ ବଜାରରେ କମିବ ତୈଳ ଦର, ସାଉଦି ଆରାମକୋ ଆରମ୍ଭ କଲା ତୈଳ ଯୋଗାଣ
- ମହଙ୍ଗା ରିଚାର୍ଜରୁ ମୁକ୍ତି: ନିଜ ଇଚ୍ଛା ଅନୁଯାୟୀ କେବଳ କଲିଂ ପ୍ଲାନ୍ ବାଛିପାରିବେ ଗ୍ରାହକ
- ଟାଟା ସନ୍ସରେ ବିଭାଜନ ପ୍ରସ୍ତାବ! ଆରବିଆଇ ନିୟମରୁ ବର୍ତ୍ତିବା ପାଇଁ ନୋଏଲ୍ ଟାଟାଙ୍କ ନୂଆ ଚାଲ୍

Comments are closed.