Latest Odisha News

BREAKING NEWS

ଯୁକ୍ତ ୨ ପରୀକ୍ଷା: ୨୪ ଘଣ୍ଟାରେ ସିସିଟିଭି ନଲାଗିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୭ ତାରିଖରୁ ରାଜ୍ୟର ଆରମ୍ଭ ହେବାକୁ ଯାଉଛି +୨ପରୀକ୍ଷା। ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ସିସିଟିଭି କ୍ୟାମେରା ଲଗାଇବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶ ଦେବା ପରେ ମଧ୍ୟ ପରୀକ୍ଷା କେନ୍ଦ୍ର ଗୁଡିକ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି ।

ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କେନ୍ଦ୍ର ଗୁଡିକୁ କଡ଼ା ଚେତାବନୀ ପ୍ରଦାନ କରିଛି । ଯଦି ଆସନ୍ତା ୨୪ ଘଣ୍ଟା‌ ଅର୍ଥାତ ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ନଲଗାଇଲେ ପରୀକ୍ଷା କେନ୍ଦ୍ର ଗୁଡିକୁ ବାତିଲ ହେବା ସହ ସରକାରୀ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଚେତାବନୀ ଦେଇଛନ୍ତି।

ପରୀକ୍ଷା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରି ବିଜୟ କୁମାର ସାହୁ କହିଛନ୍ତି ଯେ, ଯୁକ୍ତ୨ ପରୀକ୍ଷା ହେବାକୁ ଥିବା ସମସ୍ତ ୧୧୪୨ ପରୀକ୍ଷା କେନ୍ଦ୍ର ପାଇଁ ସୁପରିନ୍‌ଟେଣ୍ଡେଣ୍ଟ ନିଯୁକ୍ତ କରାଯାଇଛି। ଯେଉଁ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ପରୀକ୍ଷା କେନ୍ଦ୍ର ହୋଇଛି ସେଠାର ଅଧ୍ୟକ୍ଷ ହିଁ ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ଭାବେ ନିଯୁକ୍ତ ହେବେ।

Comments are closed.