Latest Odisha News

BREAKING NEWS

ଟ୍ରମ୍ପଙ୍କ ବଲିଉଡ ପ୍ରେମ: ମନେ ପକାଇଲେ ସୋଲେ ଓ ଡିଡିଏଲ୍‌ଜେ ଫିଲ୍ମ

ଅହମ୍ମଦାବାଦ: ବଲିଉଡ ଫିଲ୍ମକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ହିନ୍ଦୀ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି । ଶାହାରୁଖ ଏବଂ କାଜୋଲଙ୍କ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ବିଷୟରେ ସେ ଚର୍ଚ୍ଚା କରିଛନ୍ତି ।ଭାରତୀୟ ସିନେମାର ଇତିହାସ ବଖାଣିଛନ୍ତି ଟ୍ରମ୍ପ । ଏଠାରେ ପ୍ରତି ବର୍ଷ ଦୁଇ ହଜାରରୁ ଅଧିକ ଫିଲ୍ମ ତିଆରି ହେବା ସହ ରିଲିଜ ହେଉଛି । ଭାରତୀୟ ଫିଲ୍ମର ସଙ୍ଗୀତ ରଚନା ଓ ଭାଙ୍ଗଡା ନୃତ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧକର ବୋଲି ସେ କହିଛନ୍ତି । କେବଳ ଡିଡିଏଲ୍‌ଜେ ନୁହେଁ ବଲିଉଡର କିମ୍ବଦନ୍ତୀ ଫିଲ୍ମ ‘ସୋଲେ’କୁ ମଧ୍ୟ ମନେ ପକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ଫିଲ୍ମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପ୍ରଂଶସା କରିଥିଲେ । ଭାରତରେ ସମଲିଙ୍ଗୀ ସମ୍ପର୍କକୁ ବୈଧ କରିବା ପରେ ଏବେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏହା ସମାଜକୁ ଭଲ ବାର୍ତ୍ତା ଦେଉଛି ବୋଲି ଟ୍ରମ୍ପ ଟ୍ୱିଟ୍ କରି ପ୍ରଂଶସା କରିଥିଲେ ।

Leave A Reply

Your email address will not be published.