Latest Odisha News

BREAKING NEWS

ଝଡ଼ତୋଫାନ ସହ ୨୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ଯୋଗୁଁ ରାଜ୍ୟର ୨୫ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ରାଜ୍ୟର ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି, ରାୟଗଡ଼ା, ଅନୁଗୁଳ, ଦେଓଗଡ଼, ନୟାଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥ ପାଣିପାଗ କେନ୍ଦ୍ର ।

ଏହାସହିତ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କିଛି ଜିଲ୍ଲାରେ ଝଡ଼ତୋଫାନ ସହିତ ବର୍ଷା ହେବା ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି । ଏହି ସବୁ ଜିଲ୍ଲାମାନଙ୍କରେ ବୃଷ୍ଟିପାତ ହେବା ସହିତ ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ରହିଛି ।

ତେବେ ପାଣିପାଗ କେନ୍ଦ୍ର କେତୋଟି ଜିଲ୍ଲା ଲାଗି ବିଶେଷ ସତର୍କ ସୂଚନା ଜାରି କରିଛନ୍ତି । କିଛି ଜିଲ୍ଲାର କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବ । ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର, ଢେଙ୍କାନାଳ, ଦେଓଗଡ଼, ସମ୍ବଲପୁର ଏବଂ ସୋନପୁର ଜିଲ୍ଲା ।

ଜନସାଧାରଣ ନିରାପଦ ସ୍ଥାନମାନଙ୍କରେ ଆଶ୍ରୟ ନେବାର ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ର୍ର କର୍ତ୍ତୃପକ୍ଷ । ଏହି ସମୟରେ ସମୁଦ୍ର ମଧ୍ୟକୁ ଧୀବର ମାନଙ୍କୁ ଯିବାକୁ ବାରଣ କରିଛନ୍ତି ପାଣିପାଗ କର୍ତ୍ତୃପକ୍ଷ ।

Leave A Reply

Your email address will not be published.