Latest Odisha News

BREAKING NEWS

ମାଓ ଭୟରେ ପୋଲିସର ପଛଘୁଂଚା; ବାଇକରେ ବୁହା ହେଲା ଶବ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ମାଓବାଦୀଙ୍କ ଗୁଳିରେ ମୃତ ଜଣେ ଆଦିବାସୀଙ୍କ ଶବକୁ ତାଙ୍କ ପରିବାର ଲୋକେ ପୋଷ୍ଟମର୍ଟମ ପାଇଁ ନେବାକୁ ବାଧ୍ୟ ହୋଇଛନ୍ତି । ସେଠାକାର ସ୍ଥାନୀୟ ପୋଲିସ ମାଓବାଦୀଙ୍କ ଭୟରେ ସେହି ଗାଁକୁ ପ୍ରବେଶ କରିବାକୁ ଡରୁଥିବା ଜଣାପଡିଛି ।

ବିଚ୍ଛିନ୍ନାଂଚଳରେ ପ୍ରଶାସନ ଦ୍ୱାରା କରାଯାଉଥିବା ରାସ୍ତା ନିର୍ମାଣକୁ ସମର୍ଥନ କରି ଆଦିବାସୀ ଦୀନବନ୍ଧୁ ବେପାରୀ ରବିବାର ଦିନ ଜୋଦମ୍ବା ଗାଁ ନିକଟ ବିହନଗୁଡି ଛକରେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ।

ମୃତ ଦୀନବନ୍ଧୁ ବେପାରୀଙ୍କ ପରିବାର ସଦସ୍ୟ କହିଛନ୍ତି, “ଏହି ଘଟଣା ସଂପର୍କରେ ଆମେ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲୁ । କିନ୍ତୁ ଶବକୁ ଉଦ୍ଧାର କରିବା ପାଇଁ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା । ୩ ଦିନ ଧରି ଶବ ପଡି ରହିବା ପରେ ଶବକୁ ବାଇକ ଯୋଗେ ଆମ ଗାଁରୁ ୧୮ କିମି ଦୂର ହନ୍ତାଳଗୁଡାକୁ ନେଲୁ । ହନ୍ତାଳଗୁଡାରୁ ଗୋଟିଏ ପିକଅପ୍ ଭ୍ୟାନର ବ୍ୟବସ୍ଥା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ଆଣିଲୁ ।

ପୋଲିସ କହିଲା କି, ସେମାନେ ମାଓବାଦୀଙ୍କ ଭୟରେ ଗାଁକୁ ପ୍ରବେଶ କରୁନାହାଁନ୍ତି । ଯଦି ପୋଲିସ ନିଜେ ଆତଙ୍କରେ ଅଛି, ତେବେ ଆମ ଗ୍ରାମବାସୀଙ୍କୁ କିଏ ସୁରକ୍ଷା ଯୋଗାଇ ଦେବ ? ଆମକୁ ପୋଲିସ ଉପରେ ବିଶ୍ୱାସ ନାହିଁ ବୋଲି ମୃତ ଦୀନବନ୍ଧୁଙ୍କ ପରିବାର ସଦସ୍ୟ କହିଛନ୍ତି ।

Leave A Reply

Your email address will not be published.