Latest Odisha News

ନାଗରିକତା ନିଆଁରେ ଜଳୁଛି ଦିଲ୍ଲୀ: ଶାନ୍ତି ବଜାଇ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ନଗରିକତା ଆଇନକୁ ବିରୋଧ କରି ଜଳୁଛି ଦେଶର ରାଜଧାନୀ। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟ ହିଂସା ଏବେ ଅଣାୟତ୍ତ ହେବାରେ ଲାଗିଛି ।

ଏହି ହିଂସା ଯୋଗୁଁ ଉତ୍ତର-ପୂର୍ବ ଦିଲ୍ଲୀରେ ୨୦ ରୁ ଉର୍ଦ୍ଧ୍ବ ପ୍ରାଣ ହାନି ଘଟିଲାଣି ।

ଦେଶର ରାଜଧାନୀରେ ଏପରି ଅପ୍ରୀତିକର ଘଟଣା ପାଇଁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ପୋଲିସକୁ ଭର୍ତ୍ସନା କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଦିଲ୍ଲୀବାସୀଙ୍କୁ ଶାନ୍ତି ରକ୍ଷା ଲାଗି ଅପିଲ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, “ଦିଲ୍ଲୀର ଭାଇ-ଭଉଣୀମାନଙ୍କୁ ପ୍ରତ୍ୟେକଟି ସମୟରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବା ପାଇଁ ମୁଁ ଅପିଲ କରୁଛି। ବର୍ତ୍ତମାନ ସମୟରେ ସ୍ଥିତି ସ୍ବାଭାବିକ ହେବା ଏବଂ ଶାନ୍ତି ଫେରିବା ସବୁଠାରୁ ଗୁରୂତ୍ବପୂର୍ଣ୍ଣ ଅଟେ” ।

ଅନ୍ୟ ଏକ ଟ୍ୱିଟ କରି ମୋଦୀ ଲେଖିଛନ୍ତି ଯେ,

“ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି କିପରି ଅଛି ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କଲି। ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାମାନେ ସ୍ଥିତିକୁ ସ୍ବାଭାବିକ କରିବାରେ ଲାଗି ପଡ଼ିଛନ୍ତି ” ।

Comments are closed.