Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଥପ୍ପଡ’

ଭୋପାଲ: ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ‘ଥପ୍ପଡ’ । ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି । ଫିଲ୍ମଟିକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଲନାଥ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

BjdElectrycity

ଘରୋଇ ହିଂସା ଉପରେ ଆଧାରିତ ଫିଲ୍ମ ‘ଥପ୍ପଡ’ର ଲିଡ୍ ରୋଲରେ ତାପସୀ ପନ୍ନୁ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବ ସିହ୍ନା । ଅନ୍ୟ ପ୍ରମୁଖ ଭୂମିକାରେ ପାବେଲ୍ ଗୁଲାଟି, ରତ୍ନା ପାଠେକ ଶାହା, କୁମୁଦ ମିଶ୍ରା, ତନ୍ୱି ଆଜମୀ ମଧ୍ୟ ଅଛନ୍ତି । ଆସନ୍ତା ୨୮ ତାରିଖରେ ଫିଲ୍ମଟି ପରଦାକୁ ଆସିବ ।

Leave A Reply

Your email address will not be published.