Latest Odisha News

BREAKING NEWS

ନୟାଗଡରୁ ବନ୍ଧା ହେଲେ ୨ ନକଲି ମ୍ୟାଟ୍ରିକ ପରୀକ୍ଷାର୍ଥୀ

ନୟାଗଡ଼: ମାଧ୍ୟମିକ ଶିକ୍ଷା ପରିଷଦର ଶତ ଚେଷ୍ଟା ପରେ ମଧ୍ୟ ମ୍ୟାଟ୍ରିକ ପରୀକ୍ଷାରେ ବଜାୟ ରହି ପାରୁନାହିଁ ସ୍ୱଚ୍ଛତା । ପ୍ରତ୍ୟେକ ଦିନ କୌଣସି ନା କୌଣସି ଅବ୍ୟବସ୍ଥା ସାମ୍ନାକୁ ଆସୁଛି ।

ବୁଧବାର ଗଣିତ ପରୀକ୍ଷା ଚାଲିଥିବା ବେଳ ୨ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ପୋଲିସ ଗିରଫ କରିଛି ।

ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ । ରଣପୁର ବ୍ଲକ କୋଲାସର ଜନତା ଉଚ୍ଚ ବିଦ୍ୟାଳୟରେ ଆଜି ମାଟ୍ରିକ୍ ଗଣିତ ପରୀକ୍ଷା ଚାଲିଥିବା ବେଳେ ୨ଜଣ ନକଲି ପରୀକ୍ଷାର୍ଥୀଙ୍କୁ ପୋଲିସ ଗିରଫ କରିଛି।

ପୋଲସରା ଗ୍ରାମର ୨ଜଣ ମାଟ୍ରିକ ଛାତ୍ରୀଙ୍କ ପାଇଁ ସେହି ଗାଁର ଯୁକ୍ତ ଦୁଇ ପଢିଥିବା ୨ ଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଥିଲେ । ଛାତ୍ରୀ ଦୁଇଜଣ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା ସୁପରିଟେଣ୍ଡେଣ୍ଟ ଯାଂଚ କରି ଏମାନଙ୍କୁ ଧରିବା ପରେ ରଣପୁର ପୋଲିସକୁ ଖବର ଦେଇଥିଲେ । ରଣପୁର ପୋଲିସ ଉକ୍ତ ୨ ନକଲି ଛାତ୍ରୀଙ୍କୁ ଗିରଫ କରିଛି ।

ଆଡ଼ମିଟ କାର୍ଡ଼ରେ ପରୀକ୍ଷାର୍ଥୀଙ୍କ ଫଟୋ ଥିବା ବେଳେ ପରୀକ୍ଷା ହଲ ମଧ୍ୟକୁ କିପରି ୨ ନକଲି ପରୀକ୍ଷାର୍ଥୀ ପ୍ରବେଶ କରିଲେ ସେନେଇ ପୋଲିସ ଏବଂ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.