Latest Odisha News

BREAKING NEWS

ଖାଦ୍ୟ ସୁରକ୍ଷା ଆଇନ: ଓଡ଼ିଶାରେ ଆଇରିସ୍ ସ୍କାନିଂ ମାଧ୍ୟମରେ ହିତାଧିକାରୀଙ୍କ ଚିହ୍ନଟ ହେବ

ଭୁବନେଶ୍ୱର: ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ (ଏଫଏସଏ) ଯୋଜନା ଅନ୍ତର୍ଗତ ଯେଉଁ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ଯୋଗାଇ ଦିଆଯାଇଛି ସେମାନଙ୍କର ଖୁବଶିଘ୍ର ଆଇରିସ୍ ସ୍କାନିଂ କରାଯାଇ ଯାଞ୍ଚ କରିବେ ରାଜ୍ୟ ସରକାର ।

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାମୀ ବୁଧବାର ଦିନ ବିଧାନସଭାରେ ସୂଚନାଦେଇ ଏହା କହିଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ କହିବାନୁଯାୟୀ, ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ କେତେକ ହିତାଧିକାରୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ଟିପଚିହ୍ନ ଦେଇଥିବା ଯୋଗୁଁ ବାୟୋମେଟ୍ରିକ୍ସ ମେସିନରେ ଚିହ୍ନଟ ହୋଇପାରୁନାହାନ୍ତି ।

“ଟିପଚିହ୍ନ ଦେଇଥିବା ଅନେକ ହିତାଧିକାରୀଙ୍କ ଅଙ୍ଗୁଳିଛାପ ସ୍କାନିଂ ହେବାରେ ଅସୁବିଧା ହେଉଛି, ତେଣୁ ହଜାର ହଜାର ସଂଖ୍ୟାରେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିଲାଗି ବିକଳ୍ପ ବ୍ୟବସ୍ଥା ସ୍ୱରୁପ ଟିପଚିହ୍ନ ବଦଳରେ ହିତାଧିକାରୀମାନଙ୍କ ଆଖିର ଆଇରିସ୍ ସ୍କାନିଂ ମାଧ୍ୟମରେ ଯାଞ୍ଚ କରାଯିବାକୁ ସରକାର ଯୋଜନା କରିଛନ୍ତି ।” ଏହା କହିଛନ୍ତି ମନ୍ତ୍ରୀ ।

ଗୃହରେ ବୁଧବାର ଦିନ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏହି ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ କେତେଜଣ ହିତାଧିକାରୀ ବାଦ ପଡ଼ିବାନେଇ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ଘୋଷଣା କରିଥିଲେ ।

Leave A Reply

Your email address will not be published.