ନୂଆଦିଲ୍ଲୀ: ଦିଲ୍ଲୀର ସିଏଏ ହିଂସା ନେଲା ପୁଣ ଆଉ ଜଣେ କନେଷ୍ଟବଲଙ୍କ ଜୀବନ । ସୋମବାର ହେଡ କନେଷ୍ଟବଳ ରାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଗୁଇନ୍ଦା ବିଭାଗର ଆଉ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଚାନ୍ଦବାଗର ଏକ ଡ୍ରେନ୍ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ନାଁ ଅଙ୍କିତ ଶର୍ମା ବୋଲି ଜଣାପଇଡଛି । ସେ ଦିଲ୍ଲୀର ଖଜୁରାହାରେ ରହୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅଙ୍କିତ ଅଫିସ୍କୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ଆଜି ତାଙ୍କ ମୃତଦେହ ଏକ ନାଳରୁ ମିଳିଛି । ତାଙ୍କ ପରିବାର ଲୋକେ ବିକ୍ଷୋଭକାରୀମାନେ ଟେକା ପଥର ମାଡ କରି ତାଙ୍କୁ ମାରି ନାଳକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ୨୬ ବର୍ଷୀୟ ଅଙ୍କିତ ଶର୍ମା ୨୦୧୭ରେ ଗୁଇନ୍ଦା ବିଭାଗରେ ଯୋଗ ଦେଇଥିଲେ ।
ସିଏଏ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସା ଏବେ ଉଗ୍ର ରୂପ ନେଇଛି । ଚାନ୍ଦବାଗ ଉତ୍ତରପୂର୍ବ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ସମ୍ଭବତଃ ଏହି ହିଂସାରେ ହିଁ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ଅଶଙ୍କା କରାଯାଉଛି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରି ନାହିଁ ।
BREAKING NEWS
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ
- ସଚିନଙ୍କ ପୁଅଙ୍କ ସହ ଅନ୍ୟାୟ ! ୫୦ ୱିକେଟ୍ ନେବା ପରେ ମଧ୍ୟ ଅର୍ଜୁନଙ୍କୁ ଗୋଆ ଦଳରୁ କରାଗଲା ବାହାର
- ସାମୀଙ୍କ ବଡ଼ ବୟାନ: ଟିମ୍ ଇଣ୍ଡିଆରେ ଚୟନ ନହେବା ମୋ ପାଇଁ କୌଣସି କ୍ଷତି ନୁହେଁ
- ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…
- CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…

Comments are closed.