ନୂଆଦିଲ୍ଲୀ: ଦିଲ୍ଲୀର ସିଏଏ ହିଂସା ନେଲା ପୁଣ ଆଉ ଜଣେ କନେଷ୍ଟବଲଙ୍କ ଜୀବନ । ସୋମବାର ହେଡ କନେଷ୍ଟବଳ ରାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଗୁଇନ୍ଦା ବିଭାଗର ଆଉ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଚାନ୍ଦବାଗର ଏକ ଡ୍ରେନ୍ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ନାଁ ଅଙ୍କିତ ଶର୍ମା ବୋଲି ଜଣାପଇଡଛି । ସେ ଦିଲ୍ଲୀର ଖଜୁରାହାରେ ରହୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅଙ୍କିତ ଅଫିସ୍କୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ଆଜି ତାଙ୍କ ମୃତଦେହ ଏକ ନାଳରୁ ମିଳିଛି । ତାଙ୍କ ପରିବାର ଲୋକେ ବିକ୍ଷୋଭକାରୀମାନେ ଟେକା ପଥର ମାଡ କରି ତାଙ୍କୁ ମାରି ନାଳକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ୨୬ ବର୍ଷୀୟ ଅଙ୍କିତ ଶର୍ମା ୨୦୧୭ରେ ଗୁଇନ୍ଦା ବିଭାଗରେ ଯୋଗ ଦେଇଥିଲେ ।
ସିଏଏ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସା ଏବେ ଉଗ୍ର ରୂପ ନେଇଛି । ଚାନ୍ଦବାଗ ଉତ୍ତରପୂର୍ବ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ସମ୍ଭବତଃ ଏହି ହିଂସାରେ ହିଁ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ଅଶଙ୍କା କରାଯାଉଛି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରି ନାହିଁ ।
BREAKING NEWS
- ନିର୍ବାଚନ ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଂ, ଯାଞ୍ଚ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା
- ସାହିତ୍ୟ ମୋ ଜୀବନର ଗତିପଥ : ମୁକ୍ତିରାଣୀ ଦେବତା
- ରାସେଶ୍ୱରୀଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର, ବିଜେଡିର ବଢିଲା ଟେନସନ୍!
- ୪୩.୨ ଡିଗ୍ରୀ ତାପମାତ୍ରାରେ ସିଝିଲା ରାଜଧାନୀ ଭୁବନେଶ୍ଵର
- ବିଜେପିର ଅସ୍ତ୍ର ହେଉଛି ନିର୍ବାଚନ ଆୟୋଗ, ତେଣୁ ଆପ୍ର ପ୍ରଚାର ଗୀତକୁ କରାଗଲା ନିଷିଦ୍ଧ: ମନ୍ତ୍ରୀ ଆତିଶୀ
- ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, କହିଲା ଚାରିଦ୍ୱାର ନଖୋଲି ରାଜ୍ୟ ସରକାର ମହାପ୍ରଭୁଙ୍କ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି
- ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ
- ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ: ରାହୁଲ
- ପୁରୀରେ ଝାଡ଼ାବାନ୍ତି ଆତଙ୍କ:୩ ମୃତ, ଶତାଧିକ ଆକ୍ରାନ୍ତ
- ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା, ଦଳ ଛାଡିଲେ ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି