ଭୁୁବନେଶ୍ୱର: ଏଣିକି ଓଡ଼ିଆରେ ‘ଗୁଗଲ ଟ୍ରାନ୍ସଲେସନ୍’ରେ ମିଳିବ ସୁବିଧା । ଲୋକପ୍ରିୟ ସର୍ଚ୍ଚ ଇଂଜିନ୍ ଗୁଗଲର ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡ଼ିଆ ଭାଷା ଯୋଡି ହୋଇଛି । ଏନେଇ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଆ ଭାଷା ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଯୋଡି ହୋଇଛି ।
ଏବେ ଇଂରାଜୀ, ହିନ୍ଦୀ, ବଙ୍ଗଳା ଏବଂ ଅନ୍ୟ ଭାରତୀୟ ଭାଷା ପରି ଓଡ଼ିଆରେ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆ ସ୍ଥାନୀୟ ଭାଷାକୁ ସହଜରେ ବୁଝିପାରିବେ ଓ ଅନ୍ୟକୁ ମଧ୍ୟ ବୁଝାଇପାରିବେ । ତେବେ ଏହା ବର୍ତ୍ତମାନ ପରୀକ୍ଷା ସ୍ତରରେ ରହିଛି । ଆଗାମୀ କିଛି ଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ ବୋଲି କୁହାଯାଉଛି ।
ଗୁଗଲ ଟ୍ରାନ୍ସଲେସନରେ ଓଡ଼ିଆ ଭାଷା ସହ, କିନ୍ୟାରୱାଣ୍ଡା, ତାତର, ତୁର୍କମେନ୍ ଏବଂ ୟୁଏଗୁରୁ ଭାଷାକୁ ମଧ୍ୟ ସ୍ଥାନ ମିଳିଛି । ଏହି ସବୁ ଭାଷା ଗୁଡିକୁ ବିଶ୍ୱର ୭୫ ମିଲିଅନ୍ ଲୋକ ବ୍ୟବହାର କରୁଛନ୍ତି । ଗୁଗଲ ଟ୍ରାନ୍ସଲେଟ୍ରେ ୧୦୮ଟି ଭାଷା ଯୋଡିବାର ଅଛି ବୋଲି ଗୁଗଲ ପକ୍ଷରୁ କୁହାଯାଇଛି ।
BREAKING NEWS
- ସମ୍ଭାବ୍ୟ ବାତ୍ୟା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଜିରୋ କାଜୁଆଲିଟି…
- Vijay’s Big Aviation Move: ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ…ସାବାସୀ ଦେଲେ ମୋଦୀ ସରକାର!
- ଦ୍ୱିତୀୟ T-20 ଜିତିଲା ଭାରତ
- ପିଏମ ଇ-ବସ୍ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ
- ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଗିରଫ
- Plane Crash: ଟ୍ରେନିଂ ବେଳେ ଦୁଇ ବିମାନ ପରସ୍ପର ଧକ୍କା, ୪ ପାଇଲଟ ମୃତ
- ଫିଲିପାଇନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା : ୪ ଜଣ ପାଇଲଟଙ୍କ ମୃତ୍ୟୁ
- ଅକ୍ଟୋବର ୨୫ ପାଇଁ କମିଶନରେଟ୍ ପୋଲିସର ରୁଟ୍ ଚାଟ୍
- Netanyahu dials PM Modi: ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ମୋଦୀଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ! ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ସହ ଜଳାଇବେ ମଶାଲ…
- ମୁମ୍ବାଇ ଇଣ୍ଡିଆନ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଲେ କିରେନ୍ ପୋଲାର୍ଡ

Comments are closed.