Latest Odisha News

ଏଣିକି ଆରଟିଓ ଅଫିସରେ ପାନ, ଗୁଟଖା ଖାଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା ଜୋରିମାନା !

ରାଉରକେଲା: ଅଫିସ କାନ୍ଥରେ ପାନଛେପର ଚିତ୍ର ସବୁଆଡ଼େ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଶୁକ୍ରବାର ଦିନ ଏକ ନୋଟିସ୍ ଜାରି କରିଛନ୍ତି । ଆରଟିଓ ଅଫିସକୁ ଆସୁଥିବା ଯଦି କୌଣିସି ବ୍ୟକ୍ତି ପାନ, ଗୁଟଖା ଖାଉଥିବା ଧରାପଡ଼ନ୍ତି ତେବେ ତାଙ୍କଠାରୁ ୫୦୦ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯିବ ।

ରାଉରକେଲା ଆରଟିଓ ଅଫିସରେ ଶୁକ୍ରବାର ଠାରୁ ପାନ, ଗୁଡ଼ଖା ପରି ମାଦକଦ୍ରବ୍ୟ ସେବନ କରିବା ଉପରେ କଡ଼ା କଟକଣା ଜାରି ହେବା ସହିତ ଏହି ନିୟମକୁ ଅବଜ୍ଞା କରୁଥିବା ବ୍ୟକ୍ତିଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ଏବେ ଏହି ଅଫିସ କାନ୍ଥରେ ପାନଛେପରେ ଚିତ୍ରଣ ହୋଇପଡ଼ିଥିବା ବେଳେ ଏହାକୁ ସଫା କରାଯାଉଛି । ଏହି କଟକଣା ଜାରି ହେବା ପରେ ଭବିଷ୍ୟତରେ ଅଫିସ ପରିସର ପରିଷ୍କାର ରହିବା ସହିତ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇପାରିବ ।

ଉଭୟ ଅଫିସ କର୍ମଚାରୀ ଏବଂ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ଓ ଗତିବିଧୀକୁ ଲକ୍ଷ୍ୟ କରିବ ଅଫିସରେ ଖଞ୍ଜା ଯାଇଥିବା ସିସିଟିଭି କ୍ୟାମେରା । ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଏହି ନିୟମର ବିରୁଦ୍ଧାଚରଣ କରିବା ଯୋଗୁଁ ତାଙ୍କ ନାମରେ ୫୦୦ ଟଙ୍କାର ଏକ ଚାଲାଣ କଟାଯାଇଥିବାର ସୂଚନା ମିଳିଛି ।

ପ୍ରତିବର୍ଷ ମାଦକଦ୍ରବ୍ୟ ସେବନ ଯୋଗୁଁ ଭାରତରେ ପ୍ରତିବର୍ଷ ୦.୯ ମିଲିୟନ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ସେବନ ଯୋଗୁଁ ଜନସାଧାରଣ କ୍ୟାନସର ପରି ଦୁରାରୋଗ୍ୟରେ ପୀଡ଼ିତ ହେଉଛନ୍ତି ।

Comments are closed.