Latest Odisha News

BREAKING NEWS

ୟୁଏଇରେ ହେବ ଏସିଆ କପ୍ କ୍ରିକେଟ

ଦୁବାଇ: ଏସିଆ କପ ଆୟୋଜକ ନେଇ ଚାଲିଥିବା ତର୍କ, ବିତର୍କ ଚୂଡାନ୍ତ ରୂପ ନେଇଛି । ପାକିସ୍ତାନ ବଦଳରେ ଏହି କ୍ରିକେଟ ଟୁର୍ନାମେଂଟ ୟୁଏଇରେ ଆୟୋଜିତ ହେବ । ଏସିଆନ୍ କ୍ରିକେଟ କାଉନସିଲ (ଏସିସି) ବୈଠକରେ ଯୋଗ ଦେବାକୁ ଯିବା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ, ଏସିଆ କପ୍ ଦୁବାଇରେ ହେବ ଏବଂ ଭାରତ ଓ ପାକିସ୍ତାନ ଭାଗ ନେବେ ।

ମାର୍ଚ୍ଚ ୩ରେ ଏସିସି ବୈଠକ ଦୁବାଇରେ ଆୟୋଜିତ ହେବ । ସୂଚନାଯୋଗ୍ୟ, ପାକିସ୍ତାନରେ ଏଥର ଏସିଆ କପ ଆୟୋଜିତ ହେବାର ଥିଲା । ଯାହାକୁ ଭାରତ ବିରୋଧ କରିଥିଲା । ୮ ବର୍ଷ ହେବ ଦୁଇ ଦେଶ ମଧ୍ୟରେ କୌଣସି ପାରମ୍ପରିକ ସିରିଜ ଖେଳାଯାଇ ନାହିଁ ।

Leave A Reply

Your email address will not be published.