ଚିତ୍ରକୂଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୧୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହାକୁ ନିର୍ମାଣ କରାଯାଇଛି । ଏହି ଏକ୍ସପ୍ରେସ ୱେ ଚିତ୍ରକୂଟ, ବାନ୍ଦା, ହରିମପୁର ଜିଲୌନ ଜିଲ୍ଲା ଦେଇ ଯିବ । ବୁନ୍ଦେଲଖଣ୍ଡ ଅଂଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱ ଏବଂ ଯମୁନା ଏକ୍ସପ୍ରେସ ୱେକୁ ସଂଯୋଗ କରିବ । ଏହାସହ ଏହା ବୁନ୍ଦେଲଖଣ୍ଡର ବିକାଶରେ ମଧ୍ୟ ସହାୟକ ହେବ ।
ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେର ଶିଳାନ୍ୟାସ କରି କହିଛନ୍ତି, ଭାରତର ଭାଗ୍ୟ ବଦଳାଇବା ପାଇଁ ବୁନ୍ଦେଲଖଣ୍ଡ ପ୍ରସ୍ତୁତ ହେଉଛି । ଯୁବପୀଢ଼ିଙ୍କ ପାଇଁ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ରୋଜଗାରର ବାଟ ଫିଟାଇବ ବୋଲି ସେ କହିଛନ୍ତି । ଏହି ଏକ୍ସପ୍ରେସ୍ ୱ ବୁନ୍ଦେଲଖଣ୍ଡକୁ ସଡକ ମାର୍ଗରେ ରାଜଧାନୀ ଦିଳ୍ଲୀ ସହ ମଧ୍ୟ ସଂଯୋଗ କରିବ । ଏଥିପାଇଁ ୯୫.୪୬ ପ୍ରତିଶତ ଜମି କିଣା ସହ ଅଧିଗ୍ରହଣ ମଧ୍ୟ ସରିଛି । ଏହାର ନିର୍ମାଣ କାମ ଆରମ୍ଭ କରାଗଲେ ପାଖାପାଖି ୬୦ ହଜାର ଲୋକଙ୍କୁ ରୋଜଗାରର ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି ।
BREAKING NEWS
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
- କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ
- ଗିଲଙ୍କୁ ଭୁଲିଗଲେ ଅଶ୍ୱୀନ, ପରେ ମାଗିଲେ କ୍ଷମା
- ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
- ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ମାଡ଼ ଖାଇଲେ ଦୁଇ କନିଷ୍ଠ ଖଣି ଅଧିକାରୀ
- ଭାରତ-ରୁଷ ଘନିଷ୍ଠତା ପାଇଁ ପୁଟିନ ନୁହେଁ, ଟ୍ରମ୍ପ ଦାୟୀ!
- ଦୁର୍ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ବାମୀ ମୃତ…
- ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ଅପପ୍ରଚାର, ଏଫ୍ଆଇଆର୍ ରୁଜୁ…
- ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ
- T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍
Comments are closed.