ଚିତ୍ରକୂଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୧୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହାକୁ ନିର୍ମାଣ କରାଯାଇଛି । ଏହି ଏକ୍ସପ୍ରେସ ୱେ ଚିତ୍ରକୂଟ, ବାନ୍ଦା, ହରିମପୁର ଜିଲୌନ ଜିଲ୍ଲା ଦେଇ ଯିବ । ବୁନ୍ଦେଲଖଣ୍ଡ ଅଂଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱ ଏବଂ ଯମୁନା ଏକ୍ସପ୍ରେସ ୱେକୁ ସଂଯୋଗ କରିବ । ଏହାସହ ଏହା ବୁନ୍ଦେଲଖଣ୍ଡର ବିକାଶରେ ମଧ୍ୟ ସହାୟକ ହେବ ।
ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେର ଶିଳାନ୍ୟାସ କରି କହିଛନ୍ତି, ଭାରତର ଭାଗ୍ୟ ବଦଳାଇବା ପାଇଁ ବୁନ୍ଦେଲଖଣ୍ଡ ପ୍ରସ୍ତୁତ ହେଉଛି । ଯୁବପୀଢ଼ିଙ୍କ ପାଇଁ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ରୋଜଗାରର ବାଟ ଫିଟାଇବ ବୋଲି ସେ କହିଛନ୍ତି । ଏହି ଏକ୍ସପ୍ରେସ୍ ୱ ବୁନ୍ଦେଲଖଣ୍ଡକୁ ସଡକ ମାର୍ଗରେ ରାଜଧାନୀ ଦିଳ୍ଲୀ ସହ ମଧ୍ୟ ସଂଯୋଗ କରିବ । ଏଥିପାଇଁ ୯୫.୪୬ ପ୍ରତିଶତ ଜମି କିଣା ସହ ଅଧିଗ୍ରହଣ ମଧ୍ୟ ସରିଛି । ଏହାର ନିର୍ମାଣ କାମ ଆରମ୍ଭ କରାଗଲେ ପାଖାପାଖି ୬୦ ହଜାର ଲୋକଙ୍କୁ ରୋଜଗାରର ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.