Latest Odisha News

BREAKING NEWS

ଓଡ଼ିଶା ସୀମାରେ ଆନ୍ଧ୍ରର ବେଆଇନ ରାସ୍ତା ନିର୍ମାଣ: ଗଜପତି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଆରମ୍ଭ

ପାରଳାଖେମୁଣ୍ଡି: କିଛିଦିନ ପୂର୍ବରୁ ଆନ୍ଧ୍ର ସରକାର ଓଡ଼ିଶା ଗଜପତି ଜିଲ୍ଲାର ଓଡ଼ିଶା ସୀମାରେ ବେଆଇନ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାର ଏହି ସଡ଼କ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଗଜପତି ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ପୂର୍ବରୁ ନିର୍ମାଣ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ତୁରନ୍ତ ବନ୍ଦ କରିଦେବା ସହିତ ସୀମାର ମାପ ନେଇ ଏକ ସାଇନବୋର୍ଡ଼ ଲଗାଇଦେଇଥିଲେ । କିନ୍ତୁ ଶନିବାର ସକାଳୁ ଗଜପତି ଜିଲ୍ଲା ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲାର କିଛି ବରିଷ୍ଠ ଅଫିସରମାନେ ରାସ୍ତା ନିର୍ମାଣ ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ରାଜସ୍ୱ ବିଭାଗ ସୀମା ନିର୍ଦ୍ଧାରଣ ମାପ କାର୍ଯ୍ୟ କରିଥିଲେ ।

ଆନ୍ଧ୍ର୍ ସରକାରଙ୍କ ତରଫରୁ ଖିଙ୍ଗା ଗ୍ରାମରେ ରାସ୍ତା ନିର୍ମାଣ ଲାଗି ବିଭିନ୍ନ ଆନୁଷଙ୍ଗିକ ଜିନିଷ ସହିତ ଓଡ଼ିଶା ସୀମା ମଧ୍ୟରେ ବ୍ୟାପକ ଗୋଡ଼ି ବିଛାଇଥିଲେ । ରାସ୍ତା ତେବେ ଯାହାବିହେଉ, ଆନ୍ଧ୍ର ସରକାର ଆରମ୍ଭ କରିଥିବା ଏହି ନିର୍ମାଣକାର୍ଯ୍ୟକୁ ଗ୍ରାମବାସୀମାନେ ମିଳିତ ଦୃଢଭାବେ ନିନ୍ଦା କରିବା ସହିତ ବିରୋଧ କରିଛନ୍ତି ।

“ଆନ୍ଧ୍ର ସରକାର ଗଜପତି ଜିଲ୍ଲାର ଝରଣଛକ ନିକଟରେ ପ୍ରାୟ ୧୫୦ ମିଟର ସ୍ଥାନ ଅକ୍ତିଆର କରି ରାସ୍ତା ନିର୍ମାଣ ଲାଗି ସେଠାରେ ଗୋଡ଼ି ବିଛାଇଥିଲେ । ଏହି କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆନ୍ଧ୍ର ସରକାର ଏହି ବେଆଇନ କାର୍ଯ୍ୟ ବନ୍ଦ ନକରିବା ପର୍ଯ୍ୟନ୍ତ ମୁଁ ରାଜସ୍ୱ ବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛି ବେଆଇନ ନିର୍ମାଣ କାର୍ଯ୍ୟ ଏଠାରେ ଯେପରି ନହୁଏ । ମୁଁ ଏହା ସମ୍ପର୍କରେ ଗଜପତି ଜିଲ୍ଲାପାଳଙ୍କୁ ଅବଗତ କରିବି ଏବଂ ଏହାକୁ ସେ ଆନ୍ଧ୍ରର ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ,” ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଗଜପତି ଉପ-ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ।

ସୂଚନାଯୋଗ୍ୟ, କିଛିଦିନ ପରେ ପୁଣି ଆନ୍ଧ୍ର ସରକାର ଓଡ଼ିଶା ଗଜପତି ଜିଲ୍ଲାର ଖିଙ୍ଗା ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାର ଏହି ସଡ଼କ ନିର୍ମାଣ କରିବା ନେଇ ବିଭିନ୍ନ ପ୍ରିଣ୍ଟ ମିଡ଼ିଆ ତଥା କିଛି ଇଲେକ୍ଟେ୍୍ରାନିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ନିର୍ମାଣ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ତୁରନ୍ତ ବନ୍ଦ କରିଦେବା ସହିତ ସୀମାର ମାପ ନେଇ ଏକ ସାଇନବୋର୍ଡ଼ ଲଗାଇଦେଇଛନ୍ତି ।
ଆନ୍ଧ୍ର୍ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ଲାଗି ବିଭିନ୍ନ ଆନୁଷଙ୍ଗିକ ଜିନିଷ ସହିତ ଓଡ଼ିଶା ସୀମା ମଧ୍ୟରେ ବ୍ୟାପକ ଗୋଡ଼ି ବିଛାଇଥିଲେ । ରାସ୍ତା ତେବେ ଯାହାବିହେଉ, ଆନ୍ଧ୍ର ସରକାର ଆରମ୍ଭ କରିଥିବା ଏହି ନିର୍ମାଣକାର୍ଯ୍ୟକୁ ଗ୍ରାମବାସୀମାନେ ମିଳିତ ଦୃଢଭାବେ ନିନ୍ଦା କରିବା ସହିତ ବିରୋଧ କରିଛନ୍ତି ।

“ଅବଶ୍ୟ ଓଡ଼ିଶା ସରକାର ଦୃଢ ପଦକ୍ଷେପ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ସ୍ଥାନରେ ସୀମା ମାପ ନେଇ ସାଇନବୋର୍ଡ଼ ଲଗାଇଛନ୍ତି, କିନ୍ତୁ ଆନ୍ଧ୍ର ପ୍ରଦେଶ ସରକାର ଏହାକୁ ନମାନି ଗୁଣ୍ଡାଗିରି କରିବା ପରି ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆନ୍ଧ୍ର ସରକାରଙ୍କ ଏହି ବେଆଇନ ସଡ଼କ ନିର୍ମାଣକୁ ବନ୍ଦ କରିବା ଏହା ହେଉଛି ଓଡ଼ିଶା ସରକାର, ଗଜପତି ଜିଲ୍ଲା ପ୍ରଶାସନ ତଥା ଗଜପତି ଜିଲ୍ଲାବାସୀଙ୍କ ଦାୟିତ୍ୱ,”ବୋଲି ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି ଗଜପତି ବାର୍ ଆସୋସିଏସନର ସଭାପତି ରାମନାଥ ମିଶ୍ର ।

Leave A Reply

Your email address will not be published.