ନବରଙ୍ଗପୁର: ଶ୍ରମିକ ସାଜିଲେ ବିଡିଓ । ଗୃହ ନିର୍ମାଣ ପାଇଁ ହାତରେ ଧରିଲେ କୋଡି କୋଦାଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ନଜେ ଶ୍ରମିକ ସାଜିଲେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ । ନବରଙ୍ଗପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଗୃହ ନିର୍ମାଣ ପାଇଁ ଶ୍ରମିକ ଭାବେ କାମ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହୋଇଛି ।
ସୂଚନା ଅନୁସାରେ, ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପିପାଲପଡା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀ, ଶ୍ରମିକଙ୍କ ଅନୁପସ୍ଥିତି ଯୋଗୁଁ ଗୃହ ନିର୍ମାଣ କାମ ଶେଷ କରିପାରିନଥିଲେ । ବିଡିଓ ଏହି ବିଷୟରେ ଜାଣିବା ପରେ ସ୍ଥାନୀୟ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଗାଁରେ ପହଂଚି ସେଠାରେ ଯୋଗାଣ ସହାୟକଙ୍କ ସହ ମିଶି ଶ୍ରମିକ ଭଳି କାମ କରିଥିଲେ । ବିଡିଓ ଧର୍ମରାଜ ମାଝୀଙ୍କ ଏହି କାମ ସମସ୍ତଙ୍କ ହୃଦୟ ଜିତିବା ସହ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
BREAKING NEWS
- ପୁଣି ପତଞ୍ଜଳିକୁ ଝଟକା,ଖରାପମାନର ସୁନ ପାମ୍ପୁଡି ବିକି କର୍ମଚାରୀଙ୍କୁ ଜେଲ୍
- ‘୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି, ତଥାପି ଓଡିଶା ପଛରେ’
- ପୁରୀରେ ମୋଦୀଙ୍କ ମେଗା ରୋଡ ଶୋ’; ମୁତୟନ ହେବେ ୬୩ ପ୍ଲାଟୁନ ଫୋର୍ସ
- ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ, କେନ୍ଦୁଝରରେ ଆଦିବାସୀ ଭୋଟରଙ୍କୁ ପାଣ୍ଡିଆନଙ୍କ ଭୋଟ ଅପିଲ
- ରାସାୟନିକ ଉପାୟରେ ପାଚିଥିବା ଫଳ ଶରୀର ପାଇଁ କାଳ
- ଗମ୍ଭୀର ହେବେ କି ଟିମ ଇଣ୍ଡିଆର ନୂଆ କୋଚ
- ପିଓକେକୁ ନେଇ ଜୟଶଙ୍କରଙ୍କ ବୟାନ, କହିଲେ ସଠିକ୍ ସମୟ ଆସିଲେ ନିଆଯିବ ନିଷ୍ପତ୍ତି
- କେଜ୍ରିଓ୍ବାଲଙ୍କ ବିରୋଧ ପ୍ରଦର୍ଶନ ପାଇଁ ସଜାଗ ଦିଲ୍ଲୀ ପୋଲିସ, ବିଜେପି ପାର୍ଟି ଅଫିସରେ ସୁରକ୍ଷା କଡାକଡି
- ପୁଣି ଓଡ଼ିଶା ଆସି ଗର୍ଜିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍ଗେ
- ‘ବାତ୍ୟା ପାଇଁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ’