ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ଭାରତ ସତର୍କ ହୋଇଯାଇଛି । ପ୍ରାୟ ୬୦ଟି ରାଷ୍ଟ୍ରକୁ ବ୍ୟାପି ସାରିଥିବା କରୋନା ଭାଇରସ ଭୟାବହ ରୂପ ଧାରଣ କରୁଛି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ନୋଏଡା ଓ ଆଗ୍ରାରେ କରୋନା ଭାଇରସ ସମ୍ବନ୍ଧିତ କିଛି ମାମଲା ସାମନାକୁ ଆସିଛି । ଯାହା ପରେ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଏମିତିରେ ବିଦେଶରୁ ଭାରତ ଆସୁଥିବା ଲୋକଙ୍କ ଯାଂଚ କରାଯାଉଛି । ଭାରତ ଅନେକ ଦେଶ ଗୁଡିକ ପାଇଁ ମାର୍ଚ୍ଚ ୩ କିମ୍ବା ଏହା ପୂର୍ବରୁ ପ୍ରଦାନ କରାଯାଇଥିବା ଭିସାକୁ ବାତିଲ କରିଦେଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ, ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଓ ଜାପାନରୁ ଆସୁଥିବା ଯାତ୍ରୀଙ୍କ ଭିସା କିମ୍ବା ଇ-ଭିସା ବାତିଲ କରାଯାଇଛି । ମାର୍ଚ୍ଚ ୩ ପରେ ଏହି ଦେଶର କୌଣସି ନାଗରିକଙ୍କୁ ଭାରତ ଭିସା ପ୍ରଦାନ କରିବ ନାହିଁ । ଏହା ବ୍ୟତୀତ ଭାରତୀୟ ନାଗରିକଙ୍କୁ ମଧ୍ୟ ଏହି ଦେଶ ଗୁଡିକୁ ଯିବା ପାଇଁ ମନା କରାଯାଇଛି ।
Comments are closed.