Latest Odisha News

BREAKING NEWS

ଭୁବନେଶ୍ୱର ହୋଟେଲରୁ ଠାବ ହେଲେ ଏସସିବିରୁ ନିଖୋଜ କରୋନା ସନ୍ଦିଗ୍ଧ

କଟକ: ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ହୋଇଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ ତାଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କରୋନା ସନ୍ଦେହରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଆୟର୍ଲାଣ୍ଡ ନାଗରିକ ଜଣକ ଆଇସୋଲେସନ ୱାର୍ଡରୁ ଫେରାର ହୋଇଯାଇଥିବା ଜଣାପଡିଥିଲା । ଶୁକ୍ରବାର ଦିନ ତାଙ୍କୁ ଭୁବନେଶ୍ୱରରୁ ଠାବ କରାଯାଇଛି ।

ତେବେ ଆୟର୍ଲାଣ୍ଡ ନାଗରିକଙ୍କ ଫେରାର କଥାକୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଅଶୋକ ପଟ୍ଟନାୟକ ଖଣ୍ଡନ କରିଛନ୍ତି, ସେ କହିଛନ୍ତି, “ସେହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଏସସିବି ପଠାଯାଇଥିଲା । ଏସିିସିବିରେ ଭର୍ତ୍ତି ହେବାକୁ ରାଜି ନହୋଇ ସେ ଭୁବନେଶ୍ୱର ଫେରିଛନ୍ତି । ଆମେ ନଜର ରଖିଛୁ । ଜରୁରୀକାଳୀନ ଅଧିକାରୀ ଉକ୍ତ ବ୍ୟକ୍ତି ଫେରାର ହୋଇଥିବା କହିଥିଲେ ।”

Comments are closed.