ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭୂତାଣୁ । ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ଯେମିତି ବ୍ୟାପୁଛି ଠିକ୍, ସେମିତି ଏହାକୁ ନେଇ ଗୁଜବ ଓ ଅପପ୍ରଚାର ମଧ୍ୟ ହେଉଛି । ତେଣୁ ଏହାଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ମୋଦୀ କହିଛନ୍ତି ।
ଶନିବାର ଜନଔଷଧୀ ସପ୍ତାହର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ଦେଶର ଜନଔଷଧୀ ହିତାଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥା ହେବା ସମୟରେ ଏହା କହିଛନ୍ତି । ସେ କହିଛନ୍ତି ଯେ, କଏ କହୁଛି ଏୟା ଖାଅନି, ସେୟା କରନି । ଏହି ସବୁ ଅପପ୍ରଚାର ଓ ଗୁଜବକୁ ଅଣଦେଖା କରିବା ଜରୁରୀ । ଏଥିସହ ଡାକ୍ତରଙ୍କ ପରାମର୍ଶ ନେଇ କାମ କରିବା ଉଚିତ । ଆମେ ନିଜେ ଡାକ୍ତାର ହେଇଯିବା ଉଚିତ ନୁହେଁ । କରୋନା ଭୟରେ ଆଜି ପୁରା ବିଶ୍ୱ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରୁଛି । କୌଣସି କାରଣରୁ ଆମେ ଏହି ଅଭ୍ୟାସରୁ ଦୂରେଇ ଯାଇଛୁ ତେବେ ହାତ ମିଶାଇବା ବଦଳରେ ଏବେ ପୁଣିଥରେ ନମସ୍କାର କରିବାର ସମୟ ଆସିଯାଇଛି । ହାତ ମିଳାଇବା ଅପେକ୍ଷା ନମସ୍କାରର ଅଭ୍ୟାସ ନିହାତି ଉତ୍ତମ ବୋଲି ସେ କହିଛନ୍ତି ।
BREAKING NEWS
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
Comments are closed.