Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଆରଏସ୍‌

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକୁଲା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଲାଞ୍ଚ ନେବା ଅଭିଯୋଗରେ ଶନିବାର ଦିନ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛି ।

ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ଛବି ନାରାୟଣ ପଣ୍ଡା ।

ପ୍ରାପ୍ତ ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ବ୍ୟକ୍ତିଙ୍କୁ ପକ୍କାଘର ପ୍ରଦାନ କରାଇବା ଲାଗିି ଶ୍ରୀ ପଣ୍ଡା ତାଙ୍କ ଠାରୁ ପାଖାପାଖି ୫ ହଜାର ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ତେବେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଗିରଫ କରିଥିôବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.