Latest Odisha News

BREAKING NEWS

ପଂଜାବକୁ ବ୍ୟାପିଲା କରୋନା, ଅମୃତସରରେ ୨ ପଜିଟିଭ

ଅମୃତସର: ଦିଲ୍ଲୀ ପରେ ପଂଜାବକୁ ବ୍ୟାପିଲା ମାରାତ୍ମକ ଭୂତାଣୁ କରୋନା । ଶନିବାର ପଂଜାବର ମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏହାପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।
ସୂଚନା ମୁତାବକ, ଏହି ଦୁଇ ଯୁବକ ଗତ ୩ ତାରିଖରେ ଇଟାଲୀରୁ ଦିଲ୍ଲୀ ଓ ପରେ ଅମୃତସର ଆସିଥିଲେ । ସେମାନଙ୍କୁ ସଧାସଳଖ ବିମାନବନ୍ଦରରୁ ହସ୍ପିଟାଲ ଅଣାଯାଇଥିଲା । ଏହି ଦୁଇ ଜଣଙ୍କ ଘର ହୋଶିଆରପୁର ଅଚଂଳରେ ବୋଲି ଜଣାପଡିଛି । ଭାରତରେ ଏହି ଭୂତାଣୁ ଜନିତ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଂଚିଛି ।

Leave A Reply

Your email address will not be published.