Latest Odisha News

BREAKING NEWS

ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ଓଡିଆ ଫିଲ୍ମଫେୟାର ପୁରସ୍କାର -୨୦୧୯

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡିଆ ଫିଲ୍ମଫେୟାର ପୁରସ୍କାର -୨୦୧୯ ।

ଏହି ଅବସରରେ ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାସଙ୍କୁ ଓଡିଆ ସିନେମାରେ ନିଜର ଅବଦାନ ପାଇଁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରୁଚି ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ । ଏଥିସହିତ ଶ୍ରୀ ଦାସଙ୍କୁ ୨୫,୦୦୦ ଟଙ୍କା ନଗଦ ପୁରସ୍କାର ସହ ଓଡ଼ିଶା ଫିଲ୍ମଫେୟାର ଆୱାର୍ଡ (ଙୠଇ) ଫାଉଣ୍ଡେସନ ଦ୍ୱାରା ଟ୍ରଫି ଏବଂ ଏକ ନଥିପତ୍ର ପ୍ରଦାନ କରାଯିବ।

ପୁରସ୍କାର ବିତରଣ ଉତ୍ସବରେ ୨୬ ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ଏହା ବ୍ୟତୀତ ଓଡିଶା ଫିଲ୍ମଫେୟାର ଆୱାର୍ଡସ ଫାଉଣ୍ଡେସନ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ହ୍ୱାଇଟ୍ କାନଭାସ ମିଳିତ ଭାବେ ଆୟୋଜିତ ଭାବେ ଆୟୋଜିତ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ସ୍ପଟ୍ ବଏ ପାଇଁ ପୁରସ୍କାର ପ୍ରଦାନ କରାଯିବ ବୋଲି ହ୍ୱାଇଟ୍ କାନଭାସ୍ ନିର୍ଦ୍ଦେଶକ ଆରବିନ୍ଦା ସାହୁ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମକୁ ବଲିଉଡର ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ଜୁନିଅର ଅମିତାଭ ବଚ୍ଚନ ଶଶିକାନ୍ତ ପେଡୱାଲ ସାମିଲ ହେବେ ।

ଏହାବ୍ୟତିତ “ଜୁନିଅର ଅମିତାଭ ବଚ୍ଚନ ଏକ କୁଇଜ୍ କାର୍ଯ୍ୟକ୍ରମ କରିବେ ଯେଉଁଥିରେ ଦର୍ଶକମାନେ ଅଂଶଗ୍ରହଣ କରିବେ। ବିଜେତାମାନଙ୍କୁ ୨୦,୦୦୦, ୧୫,୦୦୦ ଏବଂ ୧୦,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.