ଅଯୋଧ୍ୟା: ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେଠାରେ ପହଂଚି ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପାଇଁ ସେ ୧ କୋଟି ଟଙ୍କା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶହେ ଦିନର କାର୍ଯ୍ୟକାଳ ପୂରଣ କରିବା ଅବସରରେ ଅଯୋଧ୍ୟା ଗସ୍ତରେ ଯାଇଥିଲେ ଶିବସେନା ନେତା ଉଦ୍ଧବ ।
ଦେଢ଼ ବର୍ଷ ମଧ୍ୟରେ ଅଯୋଧ୍ୟାକୁ ଏହା ତାଙ୍କର ତୃତୀୟ ଗସ୍ତ ବୋଲି ସେ କହିଛନ୍ତି । ତାଙ୍କ ସହ ପରିବାରର ସଦସ୍ୟମାନେ ଥିବା ବେଳେ ସେ ରାମଲଲାଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବିଜେପି ଠାରୁ ଅଲଗା ହୋଇଛି ସତ ହେଲେ ହିନ୍ଦୁତ୍ୱଠାରୁ ନୁହେଁ । ଏଥିସହ ସେ ଉତ୍ତରପ୍ରଦେଶ ମଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଯୋଧ୍ୟାରେ ଏକ ଜାଗା ଦେବା ପାଇଁ ଅନୁରୋଧ କରିଛନ୍ତି । ଯଦି ସେ ଜାଗା ଦେବେ ସେଠାରେ ସେ ମହାରାଷ୍ଟ୍ର ନିର୍ମାଣ କରିବେ ବୋଲି କହିଛନ୍ତି ।
BREAKING NEWS
- ‘ଇଣ୍ଡିଆ ମେଣ୍ଟରେ ସାମିଲ ହେବେନି, କିନ୍ତୁ ମୋ ହୃଦୟ ସେଠି ରହିବ’
- ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ବିଜେପି
- ମନ୍ତ୍ରୀ ଯାଇଥିଲେ ଭୋଟ୍ ପାଇଁ ପ୍ରଚାର କରି, ପିଇବା ପାଣି କଥା ଉଠାଇ ଘେରିଗଲେ ଗାଁ ଲୋକେ
- ଭୋଟ୍ ପାଇଁ ଟଙ୍କା ବାଣ୍ଟିବାରେ ନିୟୋଜିତ ମିଶନ ଶକ୍ତିର ମହିଳା, ଅଭିଯୋଗ ଆଣିଲା ବିଜେପି
- ବିରୋଧୀଙ୍କୁ କଡା ଜବାବ; ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି’
- ଭୋଟ୍ ପାଇଁ ବିଜେପି ନେତା ବାଣ୍ଟୁଛନ୍ତି ସିଲେଇ ମେସିନ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
- କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଝଟକା, ମିଳିଲାନି ଜାମିନ
- ତିନି ଦିନ ପରେ ତାତିରୁ ତ୍ରାହି ପାଇବ ଭାରତ: ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର
- ଜଗଦ୍ଦେବଙ୍କଠୁ ନେଇ ସୁଶାନ୍ତ ବେହେରା.. କାଠଗଡ଼ାରେ ପୋଲିସ ଏବଂ ନିର୍ବାଚନ ଅଧିକାରୀ
- ହିଞ୍ଜଳିରେ ହାରିଯାଇପାରନ୍ତି ନବୀନ ପଟ୍ଟନାୟକ: ପ୍ରଦୀପ ପାଣିଗ୍ରାହୀ