Latest Odisha News

ଚିକେନ ବଜାରକୁ କରୋନା ଝଟକା; କ୍ଷତି ସହୁଛନ୍ତି ଚାଷୀ ଓ ବ୍ୟବସାୟୀ

ଭୁବନେଶ୍ୱର: ଚିକେନ କରୋନା ଭାଇରସର ବାହକ ବୋଲି ହେଉଥିବା ଗୁଜବ ପାଇଁ ଓଡିଶାରେ କୁକୁଡା ବ୍ୟବସାୟ ମାନ୍ଦାରେ ଚାଲିଛି । ଅଲ ଇଣ୍ଡିଆ ପୋଲଟ୍ରି ଫୋରମ(ଏଓପିଏଫ) ଅନୁସାରେ, ପୂର୍ବରୁ ପ୍ରତି ସପ୍ତାହରେ ୭୦ ଲକ୍ଷ କିଲୋ ଚିକେନ ବି୍ରକି ହେଉଥିଲା । ଏହା ତୁଳନାରେ ଏଥିରେ ୩୦ରୁ ୪୦ ପ୍ରତିଶତ ହ୍ରାସ ପାଇଛି । ଚିକେନ ବିକ୍ରିରେ ହ୍ରାସ ଯୋଗୁଁ କୁୁକୁଡା ବ୍ୟବସାୟୀ ଓ ଚାଷୀ ବହୁତ କ୍ଷତି ସହୁଛନ୍ତି ।

ଏଓପିଏଫର ଅଧ୍ୟକ୍ଷ ହରମୋହନ ଦାସ କହିଛନ୍ତି, “ଗୁଜବ ଯୋଗୁଁ କୁକୁଡା ଚାଷୀ ଓ ବ୍ୟବସାୟୀଙ୍କ ବହୁତ କ୍ଷତି ହେଉଛି । ମିଥ୍ୟା ପ୍ରଚାର ପଛରେ ସୋଶିଆଲ ମିଡିଆର ହାତ ଅଛି । ପ୍ରତ୍ୟେକ କୁକୁଡାଙ୍କ ମୂଲ୍ୟ ହ୍ରାସ ପାଇଛି ।”

ସେ ଲୋକମାନଙ୍କୁ ଅପପ୍ରଚାର ଉପରେ ବିଶ୍ୱାସ ନକରିବାକୁ ଅନୁରୋଧ କରି କହିଛନ୍ତି କି, ଅଣ୍ଡା ଓ ଚିକେନ କରୋନା ଭାଇରସର ବାହକ ନୁହଁନ୍ତି ଏବଂ ଖାଇବା ପାଇଁ ଏହା ସଂପୂର୍ଣ୍ଣ ସୁରକ୍ଷିତ ।

Leave A Reply

Your email address will not be published.