Latest Odisha News

ରାୟଗଡରେ କ୍ରିକେଟ୍ ବେଟିଂ; ୩ ଅଟକ

ଗୁଣୁପୁର: ରାୟଗଡ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ପୋଲିସ ରବିବାର ଦିନ କ୍ରିକେଟ୍ ବେଟିଂ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ।

ସମ୍ପୃକ୍ତ ବ୍ୟକ୍ତିମାନେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ବେଟିଂ କରୁଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ଏନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଉକ୍ତ ସ୍ଥାନରେ ଚଡାଉ କରିବା ସହ ସେମାନଙ୍କ ଠାରୁ ୧.୨୬ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ଏତଦବ୍ୟତୀତ ସେମାନଙ୍କୁ ନିକଟରୁ ୩ ଏଟିଏମ୍ କାର୍ଡ, ୬ଟି ଫୋନ୍ ସହ ୨ଟି ବାଇକ ଜବତ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ବେଟିଂ ଅନଲାଇନ୍ ଦ୍ୱାରା କରାଯାଉଥିବା ବେଳେ ଏହାର ଲିଙ୍କ ଛତିଶଗଡ ଓ ହାଇଦ୍ରାବାଦକୁ ଲମ୍ବିଛି ।

ତେବେ ଏନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଡ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.