Latest Odisha News

BREAKING NEWS

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନବରଙ୍ଗପୁର ଆରଟିଓ ଗିରଫ

ଭୁୁବନେଶ୍ୱର: ସୋମବାର ଦିନ ଓଡିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନବରଙ୍ଗପୁରର ଆଂଚଳିକ ପରିବହନ ଅଧିକାରୀ(ଆଟିଓ) ଗଣେଶ୍ୱର କହଁରଙ୍କୁ ଗିରଫ କରିଛି । ମାର୍ଚ୍ଚ ୬ ତାରିଖରେ ଭିଜିଲାନ୍ସ କହଁରଙ୍କ ନବରଙ୍ଗପୁର ଭଡା ଘର ଓ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଫୁଲବାଣୀ ଓ ପାରଳାଖେମୁଣ୍ଡିରେ ଚଢ଼ଉ କରିଥିଲା ଓ ୧.୫ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଥିବା ଜାଣିଥିଲା ।

ଚାକିରୀ ନିୟମିତ କରାଇଦେବା ପାଇଁ ଡାଟା ଏଣ୍ଟ୍ରି ଅପରେଟରଙ୍କ ଠାରୁ ୪୦ହଜାର ଟଙ୍କା ଦାବି କରିଥିବା ନେଇ ପୂର୍ବରୁ ଗଣେଶ୍ୱର କହଁରଙ୍କ ବିରୁଦ୍ଧରେ ଏତଲା ଦାଏର କରାଯାଇଥିଲା । ଗତ ୨୧ ତାରିଖରେ ଗଣେଶ୍ୱରଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନ ଆରଟିଓଙ୍କୁ ଟଙ୍କା ଫେରସ୍ତ କରିବାକୁ କହୁଛନ୍ତି ।

ଏନେଇ ଫେବୃଆରୀ ୨୨ ତାରିଖରେ ଡାଟା ଏଣ୍ଟ୍ରି ଅପରେଟର ନବରଙ୍ଗପୁର ଏଡିଏମ ଏନ.ସି ସୁତାର ଓ ସ୍ଥାନୀୟ ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।

Comments are closed.