ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ମାରାତ୍ମକ କରୋନାଭାଇରସ୍ ରୋଗ ୧୦୦ ରୁ ଉର୍ଦ୍ଧ୍ବ ଅଧିକ ଦେଶରେ ବ୍ୟାପି ସାରିଲାଣି। ଏହି ମାରାତ୍ମକ ଭାଇରସ ପ୍ରଭାବରେ ୩୫୦୦ ରୁ ଅଧିକ ଜୀବନ ମଧ୍ୟ ଗଲାଣି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ,ଏହି ଜୀବାଣୁ ୧୦୦ ରୁ ଉର୍ଦ୍ଧ୍ବ ଦେଶରେ ନିଜ କାୟା ବିସ୍ତାର କରିବା ପରେ ଏକ ବିଶ୍ୱ ମହାମାରୀରେ ପରିଣତ ହୋଇଛି।
ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଇସସ୍ ଗତକାଲି କହିଛନ୍ତି ଯେ, ବର୍ତ୍ତମାନ ଅନେକ ଦେଶରେ କରୋନାଭାଇରସ ପାଦ ଥାପିଛି, ମହାମାରୀର ଆଶଙ୍କା ଅତ୍ୟନ୍ତ ବାସ୍ତବ ରୂପ ନେଇଛି।
ଗେବ୍ରେଏସ୍ ଆହୁରି ମଧ୍ୟ କହିଛନ୍ତି ଯେ, ଇତିହାସର ପ୍ରଥମ ବିଶ୍ୱବ୍ୟାପୀ ମହାମାରୀ ଭାବରେ ଏହାକୁ ବିଭିନ୍ନ ଦେଶର ସରକାର, ବାଣିଜ୍ୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷମାନେ ନିୟନ୍ତ୍ରଣ କରିବାକୁ ସାମୂହିକ ପ୍ରୟାସ କରୁଛନ୍ତି।
ଗତ ବର୍ଷ ଡିସେମ୍ବରରେ ଚାଇନାର ୱୁହାନ ସହରରେ ସୃଷ୍ଟି ହୋଇଥିବା କରୋନାଭାଇରସ୍ ସମଗ୍ର ବିଶ୍ୱରେ ୧୦୫ ଦେଶକୁ ବ୍ୟାପିଛି । ଏଥିରେ ୩୮୧୭ ଜୀବନ ଯିବା ସହ ଏକ ଲକ୍ଷ ଦଶ ହଜାର ୨୯ ଜଣ ଲୋକଙ୍କୁ ସଂକ୍ରମିତ ହୋଇଥିବା ରିପୋର୍ଟରେ ପ୍ରକାଶ।
Comments are closed.