ଭୋପାଳ: ମଧ୍ୟପ୍ରଦେଶ ରାଜନୀତି ଏବେ ସାରା ଭାରତକୁ ସରଗରମ କରି ରଖିଛି । ଆସନ୍ତୁ ଜାଣିବା ଦିଗବିଜୟ ସିଂଙ୍କ ଘୋଡା ବ୍ୟପାର ଅଭିଯୋଗରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ସାମିଲ ହେବାର ଘଟଣାକ୍ରମ-
୧. ମାର୍ଚ୍ଚ ୧: କୃଷକଙ୍କ ଋଣଛାଡ ନୀତି ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଭେଟିଲେ । ଦାବୀ ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି କହିଲେ । କମଳନାଥ କଥାକୁ ଗୁରୁତ୍ୱ ଦେଲେ ନାହିଁ । ରାସ୍ତାକୁ ଓହ୍ଲାଇପାର ବୋଲି କହିଲେ ।
୨. ମାର୍ଚ୍ଚ ୩ : ହଠାତ୍ କଂଗ୍ରେସର ସିନିୟର ନେତା ଦିଗବିଜୟ ସିଂ ବିଜେପି ଉପରେ ଘୋଡା ବ୍ୟାପାର କରୁଥିବା ଗୁରୁତର ଅଭିଯୋଗ ଆଣିଲେ ।
୩. ମାର୍ଚ୍ଚ ୪: ମାଫିଆଙ୍କ ସହ ମିଶି ବିଜେପି ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କମଳନାଥ ଅଭିଯୋଗ ଆଣିଲେ ।
୪. ମାର୍ଚ୍ଚ ୫: ଅପରେଶନ ଲୋଟସ ସାମୟିକ ଭାବେ ଫେଲ୍ ମାରିଲା । ୧୧ ବିଧାୟକରୁ ୬ ଫେରିଆସିଲେ ।
୫. ମାର୍ଚ୍ଚ ୬: କମଳନାଥ କ୍ୟାବିନେଟ ବୈଠକ ଡକାଇଲେ । ସମସ୍ତ ବିଧାୟକ ଭୋପାଳ ଗଲେ ।
୬. ମାର୍ଚ୍ଚ ୭: ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆଙ୍କ ବୟାନ ପରେ ଜ୍ୟୋତିରାଦିତ୍ୟଙ୍କୁ ନେଇ ବିଭିନ୍ନ ଅଟକଳ ଆରମ୍ଭ ହେଲା ।
୭. ମାର୍ଚ୍ଚ ୮: ଭୋପାଳ ଫେରିବା ପରେ ବିସାହୁ କହିଲେ ତୀରଥ ଯାଇଥିଲି । ପୁର୍ନବାର ରାମବାଇ ଭୋପାଳ ଛାଡିଲେ ।
୮. ମାର୍ଚ୍ଚ ୯: ଦିଲ୍ଲୀରେ ସୋନିଆ ଗାନ୍ଧି ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଭେଟିଲେ । ସିନ୍ଧିଆ ସମର୍ଥକ ବିଧାୟକଙ୍କ ପତା ମିଳିଲାନି ।
୯. ମାର୍ଚ୍ଚ ୧୦: ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଲେ । ୧୯ ବିଧାୟକ ଦଳ ଛାଡିଲେ ।୧୦. ମାର୍ଚ୍ଚ ୧୧: ୧୦. ମାର୍ଚ୍ଚ ୧୧: ସିନ୍ଧିଆ ବିଜେପିରେ ସାମିଲ ହେଲେ । ଜେପି ନଡ୍ଡା ସଦସ୍ୟତା ପ୍ରଦାନ କଲେ ।
BREAKING NEWS
- ଗମ୍ଭୀର ହେବେ କି ଟିମ ଇଣ୍ଡିଆର ନୂଆ କୋଚ
- ପିଓକେକୁ ନେଇ ଜୟଶଙ୍କରଙ୍କ ବୟାନ, କହିଲେ ସଠିକ୍ ସମୟ ଆସିଲେ ନିଆଯିବ ନିଷ୍ପତ୍ତି
- କେଜ୍ରିଓ୍ବାଲଙ୍କ ବିରୋଧ ପ୍ରଦର୍ଶନ ପାଇଁ ସଜାଗ ଦିଲ୍ଲୀ ପୋଲିସ, ବିଜେପି ପାର୍ଟି ଅଫିସରେ ସୁରକ୍ଷା କଡାକଡି
- ପୁଣି ଓଡ଼ିଶା ଆସି ଗର୍ଜିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍ଗେ
- ‘ବାତ୍ୟା ପାଇଁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ’
- କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା
- ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ସୁବର୍ଣ୍ଣପୁରର ସମସ୍ତ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଙ୍ଗ୍ ପାର୍ଟି
- ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲିଗଲେ
- ‘ଭୁଲ ରାଜନୈତିକ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ