Latest Odisha News

BREAKING NEWS

ଭାରତରେ ଆଉ ୧୦ କରୋନା ରିପୋର୍ଟ ପଜିଟିଭ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଆଉ ୧୦ ଜଣଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କେରଳରେ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଏବଂ ରାଜସ୍ଥାନରେ ଗୋଟିଏ ଗୋଟିଏ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ଯାଏଁ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି ।
କରୋନା ଭୟରେ ଜମ୍ମୁ-କାଶ୍ମୀରରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ସିନେମା ହଲ୍ ବନ୍ଦ କରି ଦିଆଯାଇଛି । ଚୀନ୍‌, ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ସ୍ପେନ୍ ଏବଂ ଜର୍ମାନୀକୁ ଯାତ୍ରା ନକରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଡଭାଇଜରି ଜାରି କରିଛି । ଏହା ସହ ବିଦେଶରେ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.