Latest Odisha News

BREAKING NEWS

କଟକରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକର ନିଆଳି ଅଞ୍ଚଳରେ ଶୁକ୍ରବାର ଦିନ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ହେଉଥିବା ଦିପୋଟି ମେଲଣରେ ବିଭିନ୍ନ ଦୋଳ ମେଲଣ ଏକାଠି ହୋଇଥିବା ବେଳେ ଗହଳି ସୁଯୋଗ ନେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତା ଜଣକ ଭୟରେ ପରିବାର ବର୍ଗଙ୍କୁ କିଛି କହିନଥିବାବେଳେ ପରେ ସମ୍ପର୍କୀୟଙ୍କୁ ଜଣାଇଥିଲେ ।

ଅନ୍ୟପକ୍ଷରେ ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ତେବେ ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି । ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣକ ପତ୍ରକଣା ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.