ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ(କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଗତ କିଛି ଦିନ ହେବ ପ୍ରଥମ ଲେଡି ଅସୁସ୍ଥତା ଅନୁଭବ କରିବା ସହ ତାଙ୍କୁ ଜ୍ୱର ଲାଗି ରହୁଥିଲା । ସେ ବ୍ରିଟେନରେ ଏକ ବକ୍ତବ୍ୟ ଯୋଗଦାନରୁ ଫେରିବା ପରେ ତାଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖା ଦେଇଥିଲା ବୋଲି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।
ତାଙ୍କୁ ଏବେ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ତଥାପି ସତର୍କତାମୂଳକ ପଦକ୍ଷେପ ଭାବରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ୧୪ ଦିନ ପର୍ୟ୍ୟନ୍ତ ନିରିକ୍ଷଣରେ ରଖାଯିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଯାହାଫଳରେ ଏବେ ସେ ଘରୁ ରହି ଫୋନ୍ କଲ ଏବଂ ଭର୍ଚୁଆଲ୍ ମିଟିଂ ଆଦି କାର୍ଯ୍ୟ କରିବେ”।
“ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ସେଭଳି କୌଣସି ଲକ୍ଷଣ ନ ଥିବାରୁ ତାଙ୍କର ପରୀକ୍ଷା କରାଯିବ ନାହିଁ। ଏହାବ୍ୟତିତ ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ସେମାନଙ୍କ ପାଇଁ କୌଣସି ପ୍ରକାରର ବିପଦ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।
ଅପରପକ୍ଷରେ ଏଯାବତ୍ କାନାଡାରେ ଜଣଙ୍କର ମୃତ୍ୟୁ ହେବା ସହ ୧୫୮ଟି କରୋନା ସଂକ୍ରମଣ ମାମଲା ରହିଛି ।