ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ୍ ସଂକ୍ରମଣତାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମ ବାତିଲ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ଏହି କ୍ରମରେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ୧୦ମ ଓଡିଆ ଫିଲ୍ମ
ଫେୟାର ଆୱାର୍ଡକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଯାଇଥିବା ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଯୋଗ ଦେବାକୁ ଥିବା ବଲିଉଡର ସିଂଘମ ଫେମ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ ଟ୍ୱିଟର ଜରିଆରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଜନତା ମଇଦାନରେ ୧୪ ଓ ୧୫ ମାର୍ଚ୍ଚରେ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ଅନୁମତିକୁ ବାତିଲ କରାଯାଇଥିବା ସୂଚିତ
କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବଲିଉଡର ଜୁନିଅର ଅମିତାଭ ବଚନ ଶଶିକାନ୍ତ ପେଡ୍ୱାଲ ଓ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।
ପରବର୍ତ୍ତୀ ସମୟରେ କେବେ ଏହି କାର୍ଯ୍ୟକ୍ରମ ହେବ ସେନେଇ ସୂଚନା ଦିଆଯିବ ବୋଲି ଆୟୋଜକଙ୍କ
ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.