Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ; ପାନ ଖାଇଲେ ଏହିସବୁ ଅଫିସରଙ୍କୁ ଦେବାକୁ ପଡିବ ୫୦୦ ଟଙ୍କା

ଭୁବନେଶ୍ୱର: ଅଫିସ୍ ପରିସରରେ ପାନ କିମ୍ବା ଗୁଟଖା ନଚୋବାଇବାକୁ ଅଧିକାରୀ ଏବଂ ପରିଦର୍ଶକଙ୍କ ସମେତ ସମସ୍ତଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି), ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ) କାର‌୍ୟ୍ୟାଳୟ ଭିତରେ ଯଦି କୌଣସି ବ୍ୟକ୍ତି ପାନ କିମ୍ବା କିମ୍ବା ଗୁଟଖା ଖାଉଥିବେ, ତେବେ ସେମାନଙ୍କ ଉପରେ ଅତି କମରେ ୫୦୦ ଟଙ୍କା ଜୋରିମାନା ହେବ।

କରୋନାଭାଇରସ୍ ମହାମାରୀର ରୂପ ନେଉଥିବା ବେଳେ ଏବେ ସମସ୍ତ କାର‌୍ୟ୍ୟାଳୟରେ ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ଏଭଳି ନିଷ୍ପତ୍ତି କାର‌୍ୟ୍ୟାଳୟର ବିଲଡିଂ କରିଡର ଏବଂ ପରିସରକୁ ପରିଷ୍କାର ତଥା ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିବ ବୋଲି ସୂତ୍ରରୁ ପ୍ରକାଶ।

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଶୁକ୍ରବାର ସନ୍ଧ୍ୟାରେ ଏକ ଜରୁରୀକାଳୀନ ବୈଠକ ଡକାଇ କରୋନାଭାଇରସର ମୁକାବିଲା କରିବା ପାଇଁ ଅଧିକାରୀଙ୍କ ସହ ଏକ ଯୋଜନା ପ୍ରସ୍ତୁତ କରିଥିଲେ।

Comments are closed.