ନୂଆଦିଲ୍ଲୀ: ପୁଣି ଟ୍ରାକ୍କୁ ଫେରିବ ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କ । ୩ ଦିନ ଭିତରେ ଉଠିବ କଟକଣା । ଏନେଇ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି । ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଜମାକାରୀଙ୍କ ଟଙ୍କା ଉଠାଇବା ଉପରେ ଆର୍ବିଆଇ ଯେଉଁ କଟକଣା ଲଗାଇଥିଲା ତାହା ହଟାଇ ଦିଆଯିବ ।
ସେପଟେ ୭ ଦିନ ଭିତରେ ନୂଆ ବୋର୍ଡ ଗଠନ ହେବ । ଏହି ବୋର୍ଡରେ ଏସ୍ବିଆଇର ୨ଜଣ ନିର୍ଦ୍ଦେଶକ ସଦସ୍ୟ ଭାବେ ରହିବେ । ବ୍ୟାଙ୍କ ପରିଚାଳନା ପାଇଁ ଯେଉଁ ବୋର୍ଡ ଗଠନ ହେବ ସେଥିରେ ଅଧ୍ୟକ୍ଷ ଓ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆର୍ବିଆଇ ନିଯୁକ୍ତ କରିବ ।
ସୂଚନାମୁତାବକ, ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ପରେ ବ୍ୟାଙ୍କର ବୋର୍ଡକୁ ଆର୍ବିଆଇ ଭାଙ୍ଗି ଦେଇଥିଲା । ଏହାପରେ ଏପ୍ରିଲ ୩ ଯାଏଁ ବ୍ୟାଙ୍କରୁ ଟଙ୍କା ଉଠାଇବା ନେଇ କଟକଣା ଲାଗୁ କରିଥିଲା ଅର୍ବିଆଇ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.