ଗଂଜାମ: କରୋନାର କୋକୁଆ ଭୟ ଭିତରେ ସଚେତନତା ପାଇଁ ଗଂଜାମ ଜିଲ୍ଲାରେ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀରେ ଏଥର ଚଇତି ପର୍ବ ଉପରେ ଲାଗିିଛି କଟକଣା । ଏଥର ଚୈତ୍ର ଯାତ୍ରାରେ କେବଳ ସ୍ଥାନୀୟ ଲୋକ ହିଁ ପୂଜା କରିବେ ।
ଯାତ୍ରାରେ ମୁଣ୍ଡନ ଉପରେ ମଧ୍ୟ ପ୍ରଶାସନ କଟକଣା ଲଗାଇଛି । ଏପରିକି ମାନସିକଧାରୀ ସ୍ୱତନ୍ତ୍ର ବସ୍ରେ ତାରାତାରିଣୀ ପୀଠକୁ ଆସୁଥିବାରୁ ବସ୍ ସେବାକୁ ମଧ୍ୟ ବ୍ୟାନ୍ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ ନଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ପ୍ରତିବର୍ଷ ଚୈତ୍ର ମାସରେ ମା’ଙ୍କ ଚଇତି ପର୍ବ ଅନୁଷ୍ଠିତ ହୋଇଥାଏ । ମାସର ଚାରୋଟି ମଙ୍ଗଳବାରରେ ମା’ଙ୍କ ପୀଠରେ ଭିଡ ଜମିଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ମାନସିକଧାରୀ ପୀଠକୁ ଆସି ନିଜ ପିଲା ଛୁଆଙ୍କ ମୁଣ୍ଡନ କରିଥାନ୍ତି । ଏପରିକି ପୀଠର ଭୋଜି ଭାତ ସହ ବଳି ପ୍ରଥା ମଧ୍ୟ ରହିଛି । ଶହ ଶହ ସଂଖ୍ୟାରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚଇତି ପର୍ବ ଉପରେ କଟକଣା ଲଗାଯାଇଛି ।
BREAKING NEWS
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
- କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ
Comments are closed.