ଗଂଜାମ: କରୋନାର କୋକୁଆ ଭୟ ଭିତରେ ସଚେତନତା ପାଇଁ ଗଂଜାମ ଜିଲ୍ଲାରେ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀରେ ଏଥର ଚଇତି ପର୍ବ ଉପରେ ଲାଗିିଛି କଟକଣା । ଏଥର ଚୈତ୍ର ଯାତ୍ରାରେ କେବଳ ସ୍ଥାନୀୟ ଲୋକ ହିଁ ପୂଜା କରିବେ ।
ଯାତ୍ରାରେ ମୁଣ୍ଡନ ଉପରେ ମଧ୍ୟ ପ୍ରଶାସନ କଟକଣା ଲଗାଇଛି । ଏପରିକି ମାନସିକଧାରୀ ସ୍ୱତନ୍ତ୍ର ବସ୍ରେ ତାରାତାରିଣୀ ପୀଠକୁ ଆସୁଥିବାରୁ ବସ୍ ସେବାକୁ ମଧ୍ୟ ବ୍ୟାନ୍ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ ନଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ପ୍ରତିବର୍ଷ ଚୈତ୍ର ମାସରେ ମା’ଙ୍କ ଚଇତି ପର୍ବ ଅନୁଷ୍ଠିତ ହୋଇଥାଏ । ମାସର ଚାରୋଟି ମଙ୍ଗଳବାରରେ ମା’ଙ୍କ ପୀଠରେ ଭିଡ ଜମିଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ମାନସିକଧାରୀ ପୀଠକୁ ଆସି ନିଜ ପିଲା ଛୁଆଙ୍କ ମୁଣ୍ଡନ କରିଥାନ୍ତି । ଏପରିକି ପୀଠର ଭୋଜି ଭାତ ସହ ବଳି ପ୍ରଥା ମଧ୍ୟ ରହିଛି । ଶହ ଶହ ସଂଖ୍ୟାରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚଇତି ପର୍ବ ଉପରେ କଟକଣା ଲଗାଯାଇଛି ।
BREAKING NEWS
- କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସମନ୍, ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ
- ଗାଡ଼ି ଉପରେ ଅତର୍କିତ ଆକ୍ରମଣ କଲେ ସଶସ୍ତ୍ର ଉଗ୍ରବାଦୀ;୪ମୃତ,ଜଣେ ନିଖୋଜ
- ମନ୍ଦିରରୁ ଚୋରି ଘଟଣାରେ ବନ୍ଧାହେଲେ ୩ ମୂର୍ତ୍ତି ଚୋର
- Fraud case: ୧୧ ବର୍ଷ ପରେ ଫେରାର ପୋଷ୍ଟମାଷ୍ଟର ଗିରଫ;ଜମାକାରୀଙ୍କ ୧୪ଲକ୍ଷ ହଡ଼ପ ଅଭିଯୋଗ
- Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟିର ପ୍ୟାକେଜ୍
- ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ
- ଡବ୍ଲ୍ୟୁଟିସି ଫାଇନାଲ ରେସରେ ଭାରତକୁ ବଡ଼ ଝଟ୍କା, ବାକି ୭ରୁ ୬ଟି ଜିତିବା ଜରୁରୀ
- ଉଜବେକିସ୍ତାନ-କିର୍ଗିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ
- ନେପାଳ ବିଭୀଷିକାରେ ନିଖୋଜ ଥିବା ଓଡ଼ିଆ ଯୁବତୀ ସୁରକ୍ଷିତ
- ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା;ଘରୁ ୨ ମୃତଦେହ ଉଦ୍ଧାର

Comments are closed.